ମାଥିଲି ଥାନା ସୋଡିଗୁଡା ଗ୍ରାମରୁ ଦୁଇ ମାଓବାଦୀ ଗିରଫ
ମାଲକାନଗିରି,୧୩ ଜୁନ୍ (ହି.ସ.)- ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଶୁକ୍ରବାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ଏସିଏମ କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ । କୋରାପୁଟରୁ ଏମାନେ ଖସି ପଳାଇ ଆସିଥିବା ବେଳେ ମାଲକାନଗିରି ପୁଲିସ ହାତରେ ଧରା ପ
ମାଥିଲି ଥାନା ସୋଡିଗୁଡା ଗ୍ରାମରୁ ଦୁଇ ମାଓବାଦୀ ଗିରଫ


ମାଲକାନଗିରି,୧୩ ଜୁନ୍ (ହି.ସ.)- ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଶୁକ୍ରବାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ଏସିଏମ କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ । କୋରାପୁଟରୁ ଏମାନେ ଖସି ପଳାଇ ଆସିଥିବା ବେଳେ ମାଲକାନଗିରି ପୁଲିସ ହାତରେ ଧରା ପଡିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସୋଡ଼ିଗୁଡା ନିକଟରୁ ହାର୍ଡକୋର ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ମାଓବାଦୀମାନେ ହେଲେ ରାକେଶ କୁଞ୍ଜାମ ଓ କେଶା କବାସି।

ଏମାନେ ମାଓବାଦୀଙ୍କ ଏଓବି ଅର୍ଥାତ୍ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଓ କୋରାପୁଟ ସହ ଛତିଶଗଡ ସୁକୁମା ଜିଲ୍ଲାର କାଙ୍ଗେରଘାଟି ଏରିଆ କମିଟିରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏମାନେ । ଦୁଇ ଜଣଙ୍କ ନାମରେ ଚାରି ଚାରି ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଡିଭିଏଫ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande