ରାଜପଥରେ ସିରିଜ ଟ୍ରକ ଦୁର୍ଘଟଣା,ଦୁଇ ଚାଳକ ଗୁରୁତର
କୋରେଇ, ୧୩ ଜୁନ୍‌(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସିଂଗଡା ବ୍ରିଜର ଅନତୀଦୂରରେ ଗୋଟିଏ ଟ୍ୟାଙ୍କର,ଗୋଟିଏ ଡ଼ମ୍ପର ଓ ଗୋଟିଏ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଡ଼ମ୍ଫର ଓ ଟ୍ରକର ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି। ପ୍ରକାଶଯେ ରାଜପଥ ମର
ରାଜପଥରେ ସିରିଜ ଟ୍ରକ ଦୁର୍ଘଟଣା,ଦୁଇ ଚାଳକ ଗୁରୁତର


କୋରେଇ, ୧୩ ଜୁନ୍‌(ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସିଂଗଡା ବ୍ରିଜର ଅନତୀଦୂରରେ ଗୋଟିଏ ଟ୍ୟାଙ୍କର,ଗୋଟିଏ ଡ଼ମ୍ପର ଓ ଗୋଟିଏ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ଡ଼ମ୍ଫର ଓ ଟ୍ରକର ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି। ପ୍ରକାଶଯେ ରାଜପଥ ମରାମତି ଦାୟିତ୍ୱରେ ଥିବା ଡ଼ିବିଏଲ କମ୍ପାନୀ ଦ୍ୱାରା ଜାତୀୟ ରାଜପଥର ସିଂଗଡା ବ୍ରିଜର ଅନତୀଦୂରରେ ରାଜପଥ ମରାମତି କାର୍ଯ୍ୟ ଚାଲୁଥିବାରୁ ଏକ ଡ଼ମ୍ଫର (ୟୁପି୬୩ ଏଟି ୮୯୫୨) ରଙ୍ଗ ରୁଟରେ ଛିଡ଼ା ହୋଇଥିଲା। ଏହି ସମୟରେ ଉକ୍ତ କମ୍ପାନୀର ଏକ ପାଣି ବୋଝେଇ ଟ୍ୟାଙ୍କର (ୟୁପି୪୦ଟି୪୨୬୭) ପାଣିକୋଇଲି ପଟୁ ହାଟସାହି ଛକ ଆଡ଼କୁ ଯିବା ସମୟରେ ଡ଼ମ୍ପରକୁ ଦେଖି ବାମ ପଟକୁ କାଟି ଦେଇଥିଲା। ଫଳରେ ପଛରେ ଆସୁଥିବା ଏକ ୧୬ ଚକିଆ ଟ୍ରକ (ଓଡ଼ି୦୯ଟି୯୯୬୪) ଡ଼ମ୍ଫରକୁ ମୁହାମୁହିଁ ଧକ୍କା ଦେଇ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ଫଳରେ ଡ଼ମ୍ପର ଓ ଟ୍ରକର ଚାଳକ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥଲେ। ଖବର ପାଇ ପାଣିକୋଇଲି ପୁଲିସ, ରାଜପଥ ପେଟ୍ରୋଲିଂ ପୁଲିସ ଓ ସ୍ଥାନୀୟ ଲୋକ ମାନେ ପହଂଚି ଡ଼ମ୍ଫରରୁ ଚାଳକକୁ ବାହାର କରି ସ୍ଥାନୀୟ ଏକ ବେସରକାରୀ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ ଟ୍ରକର ଚାଳକ ଟ୍ୟାଙ୍କର ଭିତରେ ଚାପି ହୋଇ ରହିଯାଇଥିଲେ। ପରେ ରସୁଲପୁର ଦମକଳ ବାହିନୀ ପହଂଚି ଗ୍ୟାସ କଟର ସାହାଯ୍ୟରେ କାଟି ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେଁ ଯାଜପୁର ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଦୁର୍ଘଟଣା ଫଳରେ ରାଜପଥରେ ଗୋଟିଏ ପଟରେ ଗାଡି ଚଳାଚଳ ବ୍ୟାହତ ହୋଇଥିଲା । ପ୍ରାୟ ୧ ଘଂଟା ପରେ ପୁଲିସ ଗାଡି ଚଳାଚଳ ସ୍ୱଭାବିକ କରିବା ସହ ଗାଡ଼ି ତିନୋଟିକୁ ଜବତ କରିଛି। ଟ୍ରକର ଡାଇଭର କୋଣେଇ ଥାନା ଅନ୍ତର୍ଗତ ପାଟରଂଗା ପଂଚାୟତ ଗୋହିରାଗଡିଆ ଗ୍ରାମର ରଙ୍ଗାଧର କର ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ବେଳେ ଡିବିଏଳ ହାଇୱା ଡ୍ରାଇଭର ବିହାର ରାଜ୍ୟର ସୟଦ ବୋଲି ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande