ସପ୍ତମ କ୍ଷୁଦ୍ର ଜଳସେଚନ ଗଣନା, ଦ୍ଵିତୀୟ ଜଳାଶୟ ଗଣନା ଏବଂ ପ୍ରଥମ ଝରଣା ଗଣନା ବୈଠକ
ସପ୍ତମ କ୍ଷୁଦ୍ର ଜଳସେଚନ ଗଣନା, ଦ୍ଵିତୀୟ ଜଳାଶୟ ଗଣନା ଏବଂ ପ୍ରଥମ ଝରଣା ଗଣନା ବୈଠକ
ସପ୍ତମ କ୍ଷୁଦ୍ର ଜଳସେଚନ ଗଣନା, ଦ୍ଵିତୀୟ ଜଳାଶୟ ଗଣନା ଏବଂ ପ୍ରଥମ ଝରଣା ଗଣନା ବୈଠକ


ସପ୍ତମ କ୍ଷୁଦ୍ର ଜଳସେଚନ ଗଣନା, ଦ୍ଵିତୀୟ ଜଳାଶୟ ଗଣନା ଏବଂ ପ୍ରଥମ ଝରଣା ଗଣନା ବୈଠକ


ସମ୍ବଲପୁର, ୧୩ ଜୁନ୍ (ହି.ସ.)- ସପ୍ତମ କ୍ଷୁଦ୍ର ଜଳସେଚନ ଗଣନା ଅବସରରେ ଦ୍ଵିତୀୟ ଜଳାଶୟ ଗଣନା ଏବଂ ପ୍ରଥମ ଝରଣା ଗଣନା ପାଇଁ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଉପ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ମୋଟ ୧୩୧୯ ଗ୍ରାମରେ ଉଭୟ କ୍ଷୁଦ୍ର ଜଳସେଚନ ଗଣନା ଓ ଜଳାଶୟ ଗଣନା ହେବାକୁ ଥିବାବେଳେ ସହରାଞ୍ଚଳରେ କେବଳ ଜଳାଶୟ ଗଣନା କରାଯିବ l ଏଥି ସହିତ ଜିଲ୍ଲାରେ ଥିବା ସମସ୍ତ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଏବଂ ସମସ୍ତ ଝରଣା ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯିବ l ଏହି ସର୍ଭେ ପାଇଁ ରାଜ୍ୟ ସ୍ତରରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ସ୍ତରରେ ଜିଲା ପରିସଂଖ୍ୟାନ କାର୍ଯ୍ୟାଳୟ ନୋଡାଲ ସଂସ୍ଥା ଅଟନ୍ତି l ଏହି ଗଣନା କାର୍ଯ୍ୟ ଅଦ୍ୟମାନ ପରିସଂଖ୍ୟାନ କର୍ମଚାରୀ ଏବଂ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ସମ୍ପନ୍ନ କରିବାପାଇଁ ରାଜ୍ୟ ସ୍ତରରେ ସ୍ଥିର କରାଯାଇଛି l ଏଥିପାଇଁ ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟ ୩୨ ଜଣ ସ୍ଥାନୀୟ ଯୁବକ ନିୟୋଜନ ପାଇଁ ବିଜ୍ଞାପନ ଜାରି କରିସାରିଛି ଯାହାର ଆବେଦନ ଶେଷ ତାରିଖ ଜୁନ ୨୦ ତାରିଖ ରଖାଯାଇଛି l ଜିଲ୍ଲାରେ ଗଣନା କାର୍ଯ୍ୟ ଜୁଲାଇ ପ୍ରଥମ ସପ୍ତାହରୁ ଆରମ୍ଭ କରି ୬ ମାସ ମଧ୍ୟରେ ଗଣନା କାର୍ଯ୍ୟ ସାରିବାକୁ ବୈଠକରେ ସ୍ଥିର କରାଯାଇଥିଲା l ଏଥିସହିତ ଜିଲ୍ଲାପାଳ ତଥ୍ୟର ଗୁଣବତ୍ତା ଉନ୍ନତ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଆହ୍ବାନ କରିଥିଲେ l

କମିଟିର ଅନ୍ୟ ସଦସ୍ୟ ତଥା ଜଳସମ୍ପଦ ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ l ଏହି ବୈଠକକୁ ସମ୍ବଲପୁର ଡିପିଏମ୍ଓ ଉପ ନିର୍ଦ୍ଦେଶକ ପ୍ରକାଶ କୁମାର ଦେଓ ପରିଚାଳନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande