ବଲାଙ୍ଗିର, ୧୩ ଜୁନ୍ (ହି.ସ.) ପୁଇଁତଲା ବ୍ଲକ ଅନ୍ତର୍ଗତ ବୁବେଲ କ୍ଲଷ୍ଟର ବେଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗସ୍ତରେ ଯାଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ବିଦ୍ୟାଳୟରେ ଚାଲିଥିବା ଛାତ୍ର ଛାତ୍ରୀଙ୍କ ଗ୍ରୀଷ୍ମକାଳୀନ ଗୃହକାର୍ଯ୍ୟ ତଦାରଖ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନାକୁମାରୀ ବେହେରା, ସେବଶ୍ରୀ ଭୋଇ, ପୁଇଁତଲା ବ୍ଲକ ଶିକ୍ଷାଧିକାରୀ ରତ୍ନମୟ ପୁରୋହିତ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଲଛମନ ପ୍ରଧାନ ପ୍ରମୁଖ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବେଲବାହାଲି ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବୁବେଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନିତ୍ୟରାଜ ସେଠ,ପ୍ରଧାନ ଶିକ୍ଷକ ବିଜୟ ବେହେରା,ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନ,ବାସବ ବାରିକ ପ୍ରମୁଖ ସହଯୋଗ କରିଥିଲେ ।
----------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ