କୋରେଇ, ୧୩ ଜୁନ୍(ହି.ସ.) - ୧୬ ନମ୍ବର ଜାତୀୟ ରାଜପଥରୁ ଦାମୋଦରପୁର ଗ୍ରାମ ମଧ୍ୟ ଦେଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ଚାଲୁ ଅଛି। ତେବେ ରାସ୍ତା କାମ ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ବେଳେ ରାସ୍ତାକୁ ନେଇ ଗ୍ରାମବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ଏହା ଉପରେ ଦାଉ ସାଧୁଛନ୍ତି ରାସ୍ତା କଡ଼ରେ ଥିବା ଗ୍ୟାରେଜ ମାଲିକ ମାନେ। ଗୋଟିଏ ପଟେ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ଗ୍ୟାରେଜ ଦୋକାନୀ ମାନେ ମରାମତି ଲାଗି ଆସୁଥିବା ଟ୍ରକ ଗୁଡ଼ିକୁ ରାସ୍ତା ଉପରେ ଥୋଇ ରାସ୍ତା ଜାମ କରୁଛନ୍ତି। ଆଜି ସଂଧ୍ୟାରେ ଏକ ୧୬ ଚକିଆ ଟ୍ରକ (ଓଡ଼ି୨୯ଏଫ୬୬୨୦)ଟି ଗ୍ୟାରେଜକୁ ମରାମତି ଲାଗି ଆସିଥିବା ବେଳେ ରାସ୍ତା ମଝିରେ ଥିବା ଏକ ବିଦ୍ୟୁତ ଖୁଂଟକୁ ଧକ୍କା ଦେବାରୁ ତାହା ଭାଙ୍ଗି ଯାଇ ଅଧା ଝୁଲି ବିପଦ ସଙ୍କୁଳ ଅବସ୍ଥାରେ ରହିଅଛି। ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ପଥଚାରୀ ମାନଙ୍କ ନିମନ୍ତେ ବିପଦ ସୃଷ୍ଟି କରିଛି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ