ବଲାଙ୍ଗିର, ୧୩ ଜୁନ୍ (ହ ସ) - ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଂଚାୟତ ର କର୍ଲାପିଟା, ଅଘରିଆପାଲି ଠାରେ ମହାସମାରୋହରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଉଦ୍ଯାପିତ ହୋଇଯାଇଛି । ଏହା ଭାରତ ସରକାରଙ୍କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଗତ ମଇ ୨୯ ତାରିଖରୁ ଆରମ୍ଭ ହୋଇ ୧୨ ଜୁନ ପର୍ଯ୍ୟନ୍ତ କୃଷି ବୈଜ୍ଞାନିକମାନେ ଗାଁ କୁ ଗାଁ ଯାଇ କୃଷକଙ୍କୁ ନୂତନ କୃଷି ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପାଇଁ ଏବଂ କୃଷକଙ୍କ ମତାମତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ର କୃଷି ବୈଜ୍ଞାନିକ ଦେବଶ୍ରୀ ସରକାର, ସୁନନ୍ଦା ସାହୁ, ସାଗରିକା ମୁନା, ସ୍ଥାନୀୟ ସରପଂଚ ଜନ୍ମଜୟ ମେହେର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ କୃଷି ଅଧିକାରୀ ବିଶ୍ୱରଂଜନ ପାଟ୍ଟଯୋଶୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ସୁଜାତା ଛତ୍ରିଆ, ଅତିରିକ୍ତ ଉଦ୍ୟାନ ବିଭାଗ ଅଧିକାରୀ ସୁଚିସ୍ମିତା ମେହେର, କୃଷି ଓଭରସିୟର ପୂର୍ଣ୍ଣିମା ମିଶ୍ର, କୃଷି ବୈଷୟିକ ପରାମର୍ଶ ଦାତା ଅକ୍ଷୟ କୁମାର ଘିଭେଲା, ଗୁଣାକାର ବାରିକ ଯୋଗ ଦେଇ କୃଷକ ବନ୍ଧୁମାନଙ୍କୁ ବିଭିନ୍ନ ପଦ୍ଧତି ଉପରେ ଆଲୋଚନା କରିଥିଲେ । ରୋଗ ପୋକ ନିୟନ୍ତ୍ରଣ, ଉନ୍ନତ ବିହନ, ଉନ୍ନତ କୃଷି ଯନ୍ତ୍ରପାତି, ଉଦ୍ୟାନ, ବିହନ ସଂଗ୍ରହ ଉପରେ ମତ ବିନିମୟ ହୋଇଥିଲା ଏବଂ ସରକାରଙ୍କ ଯୋଜନା ଅନୁଯାୟୀ ସବ୍ସିଡି ଉପରେ ଲୋକଙ୍କୁ ସଚେତନ କରିଥିଲେ । କୃଷକ ସାଥୀ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଚାଷୀ ଧନମାଲି ପଟେଲ, ନୃପରାଜ ସାହୁ, ଲକ୍ଷ୍ମଣ ପ୍ରଧାନ, ଜୟନ୍ତ ଝାଙ୍କର, ନିର୍ମଳ ପଟେଲ, ସତ୍ଯ ନାରାୟଣ ପଟେଲ, ନରୋତ୍ତମ ପଧାନ, ବୀହାରି ସାହୁ ଙ୍କ ସହ ଶତାଧିକ କୃଷକ ଅଂଶଗ୍ରହଣ କରିଥିଲେ । ଅଗ୍ରଣୀ ଚାଷୀଙ୍କୁ ପୁରସ୍କୃତ ତଥା ମାଟିପରିକ୍ଷା କରାଯାଇଥିବା କାର୍ଡ ବଣ୍ଟନ କରାଯାଇଥିଲା ।
-------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ