ମାଲକାନଗିରି, ୧୩ ଜୁନ୍ (ହି.ସ.)- ମାଲକାନଗିରି ସଦର ମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ପରିଚାଳକ ବିନୋଦ କୁମାର ବିଷୋୟୀଙ୍କୁ ଓଡିଶା ବାଣିଜ୍ୟ ସଂଘର ଉପସଭାପତି ଡ଼ଃ. ରଞ୍ଜନ କୁମାର ସ୍ବାଇଁ ପୁଷ୍ପଗୁଚ୍ଛ ପ୍ରଦାନ କରି ମାଲକାନଗିରିକୁ ସ୍ୱାଗତ କରିଛନ୍ତି l ଏହି ଅବସରରେ ଏସ.ବି.ଆଇ ର ଉପମୁଖ୍ୟ ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ ଓ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଶ୍ରୀ ବିଷୋୟୀ ଏହା ପୂର୍ବରୁ ଲୋକାଲ ହେଡ଼ ଅଫିସ ଭୁବନେଶ୍ୱରରେ କାର୍ଯ୍ୟରତ ଥିଲେ l ସେ ମାଲକାନଗିରି ଭଳି ଏକ ଉପାନ୍ତ ଓ ପଛୁଆ ଅଞ୍ଚଳରେ ବ୍ୟାଙ୍କ ସେବାକୁ ସର୍ବତ୍ର ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ