ମହିଳା ସଶକ୍ତିକରଣ ସମ୍ମିଳନୀ ଆୟୋଜିତ
ମାଲକାନଗିରି, ୧୩ ଜୁନ୍ (ହି.ସ.)- ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀତାକୁ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳାର ଦ୍ଵିତୀୟ ଦିନରେ ମହିଳା ସଶକ୍ତିକରଣ
ମହିଳା ସଶକ୍ତିକରଣ ସମ୍ମିଳନୀ ଆୟୋଜିତ


ମହିଳା ସଶକ୍ତିକରଣ ସମ୍ମିଳନୀ ଆୟୋଜିତ


ମାଲକାନଗିରି, ୧୩ ଜୁନ୍ (ହି.ସ.)- ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀତାକୁ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ମହିଳାଙ୍କୁ ସ୍ବାବଲମ୍ବୀ ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳାର ଦ୍ଵିତୀୟ ଦିନରେ ମହିଳା ସଶକ୍ତିକରଣ ସମ୍ମିଳନୀ ଆୟୋଜନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। ଏହି ଅବସରରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ମିଶନ ଶକ୍ତି ଡିପିସି ହର୍ଷାନନ୍ଦ ପ୍ରଧାନ, କାର୍ଯ୍ୟକ୍ରମ ପରିଚାଳକ ବାଲାଜୀ ପଟ୍ଟନାୟକ ଓ ଓରମାସ ଡେପୁଟି ସିଇଓ ଗୁଣ୍ଡିଚା ବେହେରା ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଲକ୍ଷ୍ୟପତି ଦିଦି ଯୋଜନା ମାଧ୍ୟମରେ କିଭଳି ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇ ପାରିବ ସେଥି ନିମନ୍ତେ ପ୍ରୋତ୍ସାହନ କରାଯାଇଥିଲା। ସୁଭଦ୍ରା ଯୋଜନା ଦ୍ୱାରା ଆଜି ଅନେକ ମହିଳା ଆର୍ଥିକ ଭାବେ ସଶକ୍ତ ହୋଇପାରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବାଲ୍ୟ ବିବାହ ବିରୁଦ୍ଧରେ ଏହି ସମ୍ମିଳନୀରେ ସଚେତନତା ସୃଷ୍ଟି କରାଯାଇଅଛି। ସେହିପରି ପରିବେଶକୁ ସ୍ୱଚ୍ଛ ରଖିବା ନେଇ ସ୍ୱଚ୍ଛ ଭାରତ ମିଶନ ଓ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଦକ୍ଷତା ବିକାଶ ଉପରେ ଏଠାରେ ଆଲୋଚନା କରାଯାଇଛି। ଏହି ସମ୍ମିଳନୀରେ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଅଙ୍ଗନୱାଡ଼ି କର୍ମୀ, ଲକ୍ଷ୍ୟପତି ଦିଦି, ସୁଭଦ୍ରା ହିତାଧୀକାରୀ ଏବଂ ସମସ୍ତ ସିଡିପିଓ ମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ସମସ୍ତ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ଆୟୋଜିତ ବିଷୟବସ୍ତୁ ଉପରେ ମାଆ ମାନଙ୍କୁ ସଚେତନ କରିଛନ୍ତି। ସେହିପରି ଏହି ମେଳାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶ୍ରୀ ଶବର ଉଦଘାଟନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande