କେନ୍ଦ୍ରାପଡା-୧୩ ଜୁନ୍ (ହିସ): କନିକା ତହସିଲ ଅଧୀନ ଏକ ଆରଆଇ ସର୍କଲ ର ବେଖାତିର ମନୋଭାବରୁ ଓଳାଭରର ପ୍ରତିଷ୍ଠିତ ଏକ ଘରୋଇ ବିଦ୍ୟାଳୟ ଲିଜ ସୂତ୍ରରେ ଜମି ଯୋଗାଇ ଦେବା ବିଳମ୍ବ ହୋଇଛି । ଓଳାଭରରେ ପ୍ରତିଷ୍ଠିତ ଅକ୍ସଫୋର୍ଡ଼ ଇଂରାଜୀ ମିଡିୟମ ସ୍କୁଲ ୨୦୦୨ ମସିହାରୁ ପ୍ରତିଷ୍ଠା ହୋଇ ନିରବଛିନ୍ନ ଭାବରେ ଶିକ୍ଷାଦାନ କରିଚାଲିଛି । ବିଦ୍ୟା ଦାନରେ ଉତ୍କୃଷତା ପାଇଁ ଏହି ବିଦ୍ୟାଳୟରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୫୩୪ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ୩୦ ଜଣ ଶିକ୍ଷକ ଓ଼ କର୍ମଚାରୀ ନିୟୋଜିତ ଅଛନ୍ତି କ୍ଷ ଚଳିତ ଶିକ୍ଷାବର୍ଷରୁ ନୂତନ ଭାବେ ପ୍ରଚଳିତ ଜାତୀୟ ଶିକ୍ଷାନୀତି ଆଧାରରେ ନବମ ଓ଼ ଦଶମ ଶ୍ରେଣୀ ଖୋଲିବା ପାଇଁ ଆବଶ୍ୟକୀୟ ଭିତିଭୂମି ପାଇଁ ସ୍ଥାନୀୟ ଅଂଚଳର ଏକ ସରକାରୀ ଜାଗା ଲିଜ ସୂତ୍ର୍ରରେ ପାଇବାକୁ ଅନୁଷ୍ଠାନ ଆଗଭର ହୋଇଛନ୍ତି କ୍ଷ ନିୟମ ମୁତାବକ ଏହି ସ୍କୁଲ ଆବଶ୍ୟକୀୟ ସମସ୍ତ ନିୟମ ଅନୁପାଳନ କରି ଲିଜ ପାଇଁ ବଳରାମପୁର ମୌଜାର ୪୫୮ ଖାତାର ୭୦୩ ପ୍ଲଟର ପୁରାତନ ପତିତ ଜମିକୁ ଦୀର୍ଘ ୮ ବର୍ଷ ହେବ ବ୍ୟବହାର କରି ଆସୁଥିବା ପ୍ଲଟରେ ଲିଜ ପାଇଁ ଆବେଦନ କରିଛନ୍ତି କ୍ଷ ଏ ସମ୍ପର୍କରେ ସମ୍ପୃକ୍ତ ସ୍କୁଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗରେ ପ୍ରକୋଷ୍ଠରେ ଏହି ଆବେଦନ ପରେ ଅଭିଯୋଗ କରିଛନ୍ତି । ପୁନଶ୍ଚ ଆବେଦନକୁ କନିକା ତହସିଲର ନହୁଣୀ ଆରଆଇ ସର୍କଲ ଆରଆଇ ନୀତିହିନ ଭାବରେ ଦିନ ଗଡାଇ ଚାଲିବାରୁ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ଓ଼ ଅଭିଭାବକ ଏହାର ପ୍ରତିବାଦରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତି ଚଲାଇଛନ୍ତି କ୍ଷ ସୂଚନାଯୋଗ୍ୟ ଯେ କନିକା ତହସିଲ ଅଧୀନ ଓଳାଭରର ଅକ୍ସଫୋର୍ଡ ଇଂରାଜୀ ମିଡିଯମ ସ୍କୁଲକୁ ଉପରୋକ୍ତ ଜମି ଲିଜ ଦେବାକୁ ଅମିନ ମାପଚୁପ କରି ଟ୍ରେସିଂ ଦେଇଥିବା ବେଳେ ନହୁଣୀ ଆର ଆଇ ଦିନ ଗଡାଇ ଚାଲିଛନ୍ତି । ତେବେ ଏ ସମ୍ପର୍କରେ ସରକାରୀ ନିୟମ ଭାବରେ ଏକ ଖେଳ ପଡିଆ ଆବଶ୍ୟକ ହେଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଦୀର୍ଘ ଆଠ ବର୍ଷ ହେବ ସ୍କୁଲ ନିକଟସ୍ଥ ଥିବା ଏକ ସରକାରୀ ଜାଗା ପ୍ଲଟ ନମ୍ବର ୭୦୩ ମୌଜା ବଳରାମପୁରକୁ ଆପାତତଃ ଲିଜ ଦେବାକୁ ତତ୍କାଳୀନ ତହସିଲଦାର ଙ୍କ ଜରିଆରେ ବିଚାରକୁ ନେଇ ନହୁଣୀ ଆର ଆଇ କୁ ରିପୋର୍ଟ ଦେବାକୁ ଗତ ୨୬ରେ ନିର୍ଦ୍ଦେଶ ଦେଇଥିଲେ ।
-----------------
-
ହିନ୍ଦୁସ୍ଥାନ ସମାଚାର / ରବି