ଭୁବନେଶ୍ୱର, 13 ଜୁନ୍ (ହି.ସ.)
- କମିସନରେଟ
ପୋଲିସ କବଜାରେ ଆନ୍ତରାଜ୍ୟ ବନ୍ଧୁକ ରାକେଟ ଗ୍ୟାଙ୍ଗ । 5ଜଣ ବନ୍ଧୁକ ବେପାରୀ ଗିରଫ । ଗ୍ୟାଙ୍ଗ ପାଖରୁ 6ଟି ବନ୍ଧୁକ ଓ ଗୁଳି ଜବତ
ହୋଇଛି | ଏହାସହ ଗୋଟିଏ କାର ଏବଂ 5ଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ | ବିହାର ମୁଙ୍ଗେରରୁ
ଆଣି କରୁଥିଲେ ବନ୍ଧୁକ ବେପାର | ଗିରଫ ଅଭିଯୁକ୍ତ ମାନେ ହେଲେ ପ୍ରବୀଣ କୁମାର ସିଂ, ରାଘବେନ୍ଦ୍ର ସିଂ, ଅଭିଷେକ ରାଜପୁତ, ଇନ୍ଦ୍ରଜିତ ସିଂ
ଏବଂ ଏସ କେ ସକିଲ | ଏୟାରପୋର୍ଟ ଥାନା ପୋଖରୀପୁଟ ଅଞ୍ଚଳରେ ବନ୍ଧୁକ ଡିଲ୍ ବେଳେ ମାଡ଼ିବସିଲା ପୋଲିସ | ଏମାନଙ୍କ ରାକେଟରେ
ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳ ତାଡ଼ କରୁଛି କମିସନରେଟ ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା