ଧର୍ମଶାଳାରେ ଝାଡାବାନ୍ତିରେ ଦୁଇଶହରୁ ଉର୍ଦ୍ଧ ଆକ୍ରନ୍ତ ସ୍ଥିତି ପରଖିଲେ ସ୍ୱାସ୍ଥ୍ୟ ସଚିବ: ସମସ୍ତ ସରକାରୀ କର୍ମଚାରଙ୍କ ଛୁଟି ବାତିଲ
ଧର୍ମଶାଳା, ୧୩ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଦୁଇ ଶହରୁ ଉର୍ଦ୍ଧ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଗତ ମଙ୍ଗଳବାର ଠାରୁ ଆଜି ମଧ୍ୟରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୯ ଜ
ଧର୍ମଶାଳାରେ ଝାଡାବାନ୍ତିରେ ଦୁଇଶହରୁ ଉର୍ଦ୍ଧ ଆକ୍ରନ୍ତ ସ୍ଥିତି ପରଖିଲେ  ସ୍ୱାସ୍ଥ୍ୟ ସଚିବ: ସମସ୍ତ ସରକାରୀ କର୍ମଚାରଙ୍କ ଛୁଟି ବାତିଲ


ଧର୍ମଶାଳା, ୧୩ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ଦୁଇ ଶହରୁ ଉର୍ଦ୍ଧ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଗତ ମଙ୍ଗଳବାର ଠାରୁ ଆଜି ମଧ୍ୟରେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୫୯ ଜଣ ରୋଗୀ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଥିବା ବେଳେ ୩ଜଣ କଟକ ମେଡିକାଲକୁ ରେଫର ହୋଇଛନ୍ତି ଏବଂ ସୁସ୍ଥ ପରେ ୮ ଜଣଙ୍କୁ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ଧର୍ମଶାଳା ଡାକ୍ତରଖାନାରେ ୪୯ ଜଣ ଝାଡାବାନ୍ତି ଆକ୍ରାନ୍ତ ଚିକିତ୍ସିତ ହେଉଥିବା ଜଣାପଡିଛି । ଚିକିତ୍ସିତଙ୍କ ମଧ୍ୟରେ ଅଧିକାଂଶ ଧର୍ମଶାଳା ବ୍ଲକ ବିଭିନ୍ନ ଗ୍ରାମର ହୋଇଥିବା ଜଣାଯାଇଛି । ଧର୍ମଶାଳା କଂଗ୍ରେସ ନେତା କିଶାନ ପଣ୍ଡା ଆଜି ପୁର୍ବାହ୍ନରେ ଡାକ୍ତରଖାନାକୁ ଯାଇ ରୋଗୀମାନଙ୍କ ସହିତ ଆଲୋଚନା କରିବା ସହ ରୋଗୀମାନଙ୍କୁ କିଭଳି ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ହେବ ସେନେଇ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ଧର୍ମଶାଳା ଡାକ୍ତରଖାନାରେ ଯାଜପୁର ଉପଜିଲ୍ଲାପାଳ ଉପସ୍ଥିତ ରହି ରୋଗୀ ସେବା ତଦାରଖ କରିଥିଲେ । ଅପରାହ୍ନରେ ସ୍ୱାସ୍ଥ୍ୟ ସଚିବ ଆଶ୍ୱତି ଏସ ଧର୍ମଶାଳା ଡକ୍ତରଖାନାରେ ପହଁଚି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ଆଲୋଚନା କରି ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିବା ସହ ଡାକ୍ତରଖାନାର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଶା ରେଡି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ ଝାଡାବାନ୍ତିର ପ୍ରକୃତ କାରଣ ଖୋଜିବା ଲାଗି ଭୁବନେଶ୍ୱରରୁ ଏକ ଟିମ ଯଜପୁର ଆସି ଝାଡାବାନ୍ତି ଆକ୍ରାନ୍ତ ଗ୍ରାମ ବୁଲି ଲୋକମାନଙ୍କୁ ପଚରୀ ବୁଝୁଛନ୍ତି ବୋଲି ସଚିବ କହିଛନ୍ତି । ଏଠାରୁ ସେ ଜିଲା ଚିକିତ୍ସାଳୟ ଯାଇ ବିଭିନ୍ନ ବିଭାଗ ସହିତ ଆଲୋଚନା କରିବା ପରେ ସବିଶେଷ ତଥ୍ୟ ପ୍ରଦାନ କରିବେ ବୋଲି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ । ଅନ୍ୟପଟେ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ କାହାର କାଜୁଆଲଟି ଘଟି ନଥିବା ବେଳେ ଏବେ ଏହା ନିୟନ୍ତ୍ରଣାଧିନ ଥିବା ଧର୍ମଶାଳା ଗୋଷ୍ଠି ଉନ୍ନୟନ ଅଧିକାରୀ ଡା. ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande