ବ୍ରହ୍ମପୁର ଠାରେ ଜିଲ୍ଳା ସ୍ତରୀୟ ବିକାଶ ମେଳା-୨୦୨୫ରେ ବିଭିନ୍ନ ଷ୍ଟଲ ଉଦଘାଟନ କଲେ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 13 ଜୁନ୍ (ହି.ସ.)- ରାଜ୍ୟ ସରକାରର ସେବା, ସୁଶାସନ ଓ ସଫଳତାର ୧ ବର୍ଷ ପୂର୍ତ୍ତିକୁ ନେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ ମେଳା-୨୦୨୫ ଦ୍ଵିତୀୟ ଦିବସରେ ବିଭିନ୍ନ ଷ୍ଟଲ୍ ଗୁଡିକୁ ଉଦ୍ଘାଟନ କରିଛନ୍ତି ଆଇନ ମନ୍ତ୍
ବ୍ରହ୍ମପୁର ଠାରେ ଜିଲ୍ଳା     ସ୍ତରୀୟ ବିକାଶ ମେଳା-୨୦୨୫ରେ ବିଭିନ୍ନ ଷ୍ଟଲ ଉଦଘାଟନ କଲେ ପୃଥ୍ୱୀରାଜ ହରିଚନ୍ଦନ


ଭୁବନେଶ୍ୱର, 13 ଜୁନ୍ (ହି.ସ.)- ରାଜ୍ୟ ସରକାରର

ସେବା, ସୁଶାସନ ଓ ସଫଳତାର ୧ ବର୍ଷ

ପୂର୍ତ୍ତିକୁ ନେଇ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଆୟୋଜିତ ଜିଲ୍ଳା ସ୍ତରୀୟ ବିକାଶ

ମେଳା-୨୦୨୫ ଦ୍ଵିତୀୟ ଦିବସରେ

ବିଭିନ୍ନ ଷ୍ଟଲ୍ ଗୁଡିକୁ ଉଦ୍ଘାଟନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏହି ଅବସରରେ ମନ୍ତ୍ରୀ ଜିଲ୍ଲାସ୍ତରୀୟ

ପ୍ରଦର୍ଶନୀ ତଥା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା , ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ପ୍ରକଳ୍ପ ତଥା ହସ୍ତତନ୍ତ,

ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ସଂପର୍କିତ ପ୍ରଦର୍ଶନୀ

ଏବଂ ଓଡ଼ିଆ ଫୁଡ୍‌ କୋଟକୁ ବୁଲି ଦେଖିଥିଲେ ।

ଉକ୍ତ ଷ୍ଟଲରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ହାତ ତିଆରି

ପାରମ୍ପରିକ ଖାଦ୍ୟ ଯଥା ମିଲେଟ୍ ଆଧାରିତ ବ୍ୟଞ୍ଜନ ଠାରୁ

ଆରମ୍ଭ କରି ପିଠାପଣା, ସ୍ନାକ୍ସ ଏବଂ

ଅନ୍ୟାନ୍ୟ ପାରମ୍ପରିକ ସ୍ୱାଦିଷ୍ଟ ବ୍ୟଞ୍ଜନର

ପରିବେଷଣ କରାଯାଇଥିଲା ।

ଏହି ଅବସରରେ ଗଞ୍ଜାମ

ଜିଲ୍ଲାର ବିଧାୟକ ଗଣ , ଜିଲ୍ଲା ସ୍ତରୀୟ

ବିଭିନ୍ନ ବିଭାଗୀୟ ଅଧିକାରୀ ଗଣ, ସ୍ଥାନୀୟ ବୁଦ୍ଧିଜିବୀଙ୍କ ସମେତ ଦଳୀୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande