ଭୁବନେଶ୍ୱର, 13 ଜୁନ୍ (ହି.ସ.)- ମନ୍ତ୍ରୀଙ୍କର
କାମ କମ କଥା ବହୁତ୍ । ଯଦି ଦେବେ, କରିକି ଦେଖାନ୍ତୁ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି କଂଗ୍ରେସ
ବିଧାୟକ ତାରା ପ୍ରସାଦ ବାହିନୀପତି । କହିଲେ ଧାନ କଟନୀ ଛଟନୀ ବନ୍ଦ କରିବେ, ହେଲେ କଟନୀ ଛଟନୀ
ସବୁ ଆଡ଼େ ଚାଲିଛି । ଉତ୍ତର ପ୍ରଦେଶରୁ ଆଳୁ ଆସିବ ବୋଲି କହିଲେ କିନ୍ତୁ ଆସିଲା ନାହିଁ । ଆଳୁ, ପିଆଜ ଆଣି ଭର୍ତ୍ତି
କରିଦେବୁ ବୋଲି କହିଲେ, କିନ୍ତୁ କୁଆଡେ ଗଲା । କେବଳ ମଧ୍ୟବିତ୍ତ ଓ ଗରିବ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏ ସବୁ
ଘୋଷଣା କରୁଛନ୍ତି ସରକାର ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା