ସାମାନ୍ୟ ବର୍ଷାରେ ଭାଙ୍ଗିଲା ବିରାଟ ଓସ୍ତ ଗଛ : ୨ ଘଂଟା ରାସ୍ତା ଅବରୋଧ
ଧର୍ମଶାଳା,୧୩ ଜୁନ୍‌(ହି.ସ.) - ଆଜି ମଦ୍ୟାହ୍ନରେ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଫଳରେ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତସ୍ଥ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବିରାଟ ଓସସ୍ତ ଗଛ ଭୁଷୁଡି ପଡିଛି । ଫଳରେ ବ୍ରହ୍ମବରଦା ବ୍ୟାଙ୍କଛକ -ତାରିଣୀଛକ ରାସ୍ତା ୨ ଘଂଟା କାଳ ଅ
ସାମାନ୍ୟ ବର୍ଷାରେ ଭାଙ୍ଗିଲା ବିରାଟ ଓସ୍ତ ଗଛ : ୨ ଘଂଟା ରାସ୍ତା ଅବରୋଧ


ଧର୍ମଶାଳା,୧୩ ଜୁନ୍‌(ହି.ସ.) - ଆଜି ମଦ୍ୟାହ୍ନରେ ଯାଜପୁର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଫଳରେ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତସ୍ଥ ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ବିରାଟ ଓସସ୍ତ ଗଛ ଭୁଷୁଡି ପଡିଛି । ଫଳରେ ବ୍ରହ୍ମବରଦା ବ୍ୟାଙ୍କଛକ -ତାରିଣୀଛକ ରାସ୍ତା ୨ ଘଂଟା କାଳ ଅବରୋଧ ହେବା ସହିତ ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଏନେଇ ସ୍ଥାନୀୟ ଲୋକେ ରାଜସ୍ୱ ନିରୀକ୍ଷକ ଓ ରସୁଲପୁର ତହସିଲଦାରଙ୍କୁ ଅବଗତ କରାଯାଇଥିଲେ । ସୂଚନା ପାଇବା ପରେ ଓଡିଶା ଅଗ୍ନୀଶମ ସେବା ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପଂହଚି ଯୁଦ୍ଧକାଳୀନ ଭିତିରେ ମେସିନ ଦ୍ୱାରା ଗଛ କାଟିଥିଲେ । ଫଳରେ ଦୀର୍ଘ ସମୟ ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande