ରାଜକିଶୋର ପାଢ଼ୀ ଓ ସୁବ୍ରତ କୁମାର ସେନାପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 18 ଜୁନ (ହି.ସ.) ୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ ପୁସ୍ତକ ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆ
ରାଜକିଶୋର ପାଢ଼ୀ ଓ ସୁବ୍ରତ କୁମାର ସେନାପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 18 ଜୁନ (ହି.ସ.) ୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ ପୁସ୍ତକ ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୨୦୨୫ ବର୍ଷ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ପାଇଁ ରାଜକିଶୋର ପାଢ଼ୀଙ୍କ କେତେ ଫୁଲ ଫୁଟିଛି ଓ ଯୁବ ପୁରସ୍କାର ପାଇଁ ସୁବ୍ରତ କୁମାର ସେନାପତିଙ୍କ କଦମ୍ବ ବନ ପୁସ୍ତକ ମନୋନୀତ ହୋଇଥିବାରୁ ଉଭୟଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ସଫଳତା କେବଳ ଆପଣମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ନିଜ ସୃଷ୍ଟି ଦ୍ୱାରା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ଆହୁରି ସମୃଦ୍ଧ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande