ଅମୃତିଆ ପାଣିକୋଇଲି ରାସ୍ତା ପାଲଟିଛି ଚୋରା ବାଲି ଚାଲାଣର ଗଳାବାଟ
କୋରେଇ, ୧୮ ଜୁନ୍ (ହି.ସ.) - କୋରାଇ ବ୍ଲକରେ ବେଆଇନ ବାଲି ଚାଲାଣ ଯୋଗୁଁ ରାଜ୍ୟ ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବାଲି ମାଫିଆ ମାଲାମାଲ ହେଉଛନ୍ତି। କିନ୍ତୁ ବାଲି ଚୋରା ଚାଲାଣ ଥମିବାର ନାଁ ଧରୁନାହିଁ। ଏପରିକି ଦୈନିକ ହଜାର ହଜାର ଟ୍ରିପ ଭାରୀ ଯାନ ଯୋଗେଁ ବାଲି ଚାଲାଣ ହେ
ଅମୃତିଆ ପାଣିକୋଇଲି ରାସ୍ତା ପାଲଟିଛି ଚୋରା ବାଲି ଚାଲାଣର ଗଳାବାଟ


କୋରେଇ, ୧୮ ଜୁନ୍ (ହି.ସ.) - କୋରାଇ ବ୍ଲକରେ ବେଆଇନ ବାଲି ଚାଲାଣ ଯୋଗୁଁ ରାଜ୍ୟ ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବାଲି ମାଫିଆ ମାଲାମାଲ ହେଉଛନ୍ତି। କିନ୍ତୁ ବାଲି ଚୋରା ଚାଲାଣ ଥମିବାର ନାଁ ଧରୁନାହିଁ। ଏପରିକି ଦୈନିକ ହଜାର ହଜାର ଟ୍ରିପ ଭାରୀ ଯାନ ଯୋଗେଁ ବାଲି ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ ଏହା ଉପରେ ରୋକ ଲାଗାଇ ପାରୁନାହିଁ । ବରୁଣ୍ଡାଇ –ସଠିପୁର ରାସ୍ତା ଦେଇ ବାଲି ଚାଲାଣ ହେଉଥିବା ବେଳେ ବାଲି ଚାଲାଣର ଯାତାୟତ ସମୟ ସ୍ତିିର ହୋଇଥିବାରୁ ଗଳାବାଟ ଦେଇ ବାଲି ଗାଡି ଯାତାୟତ କରୁଛି । ଏହାର ସୁଯୋଗ ଉଣ୍ଡି ବାଲି ଗାଡି ଗୁଡିକ ଅମୃତିଆ ଭାୟା ବର୍ତମଣା ଦେଇ ପାଣିକୋଇଲି ରଗଡି ରାସ୍ତା ଦେଇ ବାଲି ଚୋରା ଚାଲାଣ କରୁଛନ୍ତି। ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅର୍ନ୍ତଭୁକ୍ତ ହୋଇଥିବା ବେଳେ ରାସ୍ତା କଡ଼ରେ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଅବସ୍ଥିତ । ଏତଦ ବ୍ୟତୀତ ଅମୃତିଆ, ବର୍ତମଣ. ଖୋସାଲପୁର ଆଦି ଗ୍ରାମ ଗୁଡ଼ିକରୁ ପ୍ରତିଦିନ ଛାତ୍ର ଛାତ୍ରୀ ମାନେ ପାଣିକୋଇଲି ହାଇସ୍ଖୁଲ ଓ ମା ତାରିଣୀ ମହାବିଦ୍ୟାଳୟକୁ ଅଧ୍ୟୟନ ରୁପେ ଆସନ୍ତି। କିନ୍ତୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାରୀ ଯାନ ଯୋଗେଁ ଚୋରା ବାଲି ଚାଲାଣ ହେତୁ ଉକ୍ତ ରାସ୍ତାଟି ଫାଟି ଆଁ ହୋଇ ଯିବା ସହିତ କୋମଳ ମତି ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ମରଣ ଯନ୍ତା ପାଲଟିଛି। ଗତ କିଛି ଦିନ ତଳେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ବାଲି ବୋଝେଇ ହାଇୱା ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବର୍ତମଣା ଗ୍ରାମର ଅନତୀ ଦୁରରେ ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ହେଲେ ରାସ୍ତା କଡରେ ଅବସ୍ଥିତ ଗ୍ରାମ ଗୁଡିକର କିଛି ଯୁବକ ଚାନ୍ଦା ଆଦାୟ ପାଇଁ ରାସ୍ତାରେ ବାଲି ଗାଡି ଚଳାଚଳକୁ ବିରୋଧ କରିବା ପରିବର୍ତେ ପ୍ରୋତ୍ସାହନ ଦେଉଥିବା ଦେଖାଯାଉଛି । ରାସ୍ତା ପଛେ ଭାଂଗୁ କିନ୍ତୁ ନିଜ ପକେଟ ଗରମ ହେଉ ନ୍ୟାୟରେ ସବୁ କିଛି ଚାଲିଛି । ତେବେ ଚୋରା ବାଲି ମାଫିିଆ ମାନଙ୍କ ଦୈାରାତ୍ମ୍ୟରୁ ଉକ୍ତ ରାସ୍ତାକୁ ମୁକ୍ତ କରିବା ନିମନ୍ତେ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande