କନ୍ଧମାଳ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ, ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ୍‌
Desaster managment Awerness program in Phulbani
ଫୋଟ ଫୋଟ


କନ୍ଧମାଳ, ୧୮ ଜୁନ୍‌(ହି.ସ.) – ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ, କନ୍ଧମାଳ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ୍ -୨୦୨୫ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରି କହିଲେ ଯେ ଆମ ଜିଲ୍ଲାରେ ବନ୍ୟା ସମସ୍ୟା ହୁଏତ ନ ଥାଇପାରେ, ବାତ୍ୟା ଓ ଭୂସ୍ଖଳନ, ବିଜୁଲିପାତ ପରି ବିପର୍ଯ୍ୟୟର ଆଶଙ୍କା ରହିଛି। ସମ୍ଭାବ୍ୟ ବିପର୍ଯ୍ୟାୟକୁ ସମ୍ମୁଖୀନ ହେବ ପୂର୍ବରୁ ଏହାର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ସଜାଗ ହେବ ସହିତ ବିପର୍ଯ୍ୟୟ ପରେ ପରେ ଥଇଥାନ ପଦକ୍ଷେପକୁ ସଠିକ ପରିଚାଳନା କରିବାପାଇଁ ଯୋଜନା ପ୍ରସ୍ତୁତ କରିବା ପଡିବ। ସେହିପରି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ କହିଥିଲେ ଯେ ଆମକୁ ବିପର୍ଯ୍ୟୟ ମୁକାବିଲାର ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟର ପ୍ରସ୍ତୁତି ଓ ବିପର୍ଯ୍ୟୟ ପରର ପ୍ରସ୍ତୁତି କରିବାକୁ ପଡିବ। ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ଯେତେ ଭଲ ହେବେ, ବିପର୍ଯ୍ୟୟ ସମୟରେ ଓ ପରେ କମ ପରିଶ୍ରମ ଓ କମ ସମସ୍ୟାର ସମ୍ମୁଖୀନ ହେବା। ସୋସିଆଲ ମେଡିଆରେ ସକ୍ରିୟ ରହି ପାଣିପାଗର ପୂର୍ବାନୁମାନ ଜଣାଇବାକୁ ପଡିବ। ଜିଲ୍ଲା ଆପତକାଳୀନ ଅଧିକାରୀ ଶ୍ରୀ ବିରଂଚି ଧାରୁଆ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷର ସମ୍ଭାବ୍ୟ ବନ୍ୟା ଓ ବାତ୍ୟା ବିପର୍ଯ୍ୟୟର ସୁପରିଚାଳନା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କର ମିଳିତ ସହଯୋଗ କାମନା କରିଥିଲେ। ଅଗ୍ନିଶମ ବିଭାଗ, ଉଦ୍ୟାନ କୃଷି ବିଭାଗ, ମଙ୍ଗଳ ବିଭାଗ,କୃଷି ବିଭାଗ ,ପଶୁ ସମ୍ପଦ ବିଭାଗ, ଜଳ ଓ ପରିମଳ ବିଭାଗ, ରାସ୍ତା ଓ କୋଠା ବାଡି ବିଭାଗ,ସ୍ୱାସ୍ଥ୍ୟ ବିଭାଗ, ଜଳ ସେଚନ ବିଭାଗ, ମତ୍ସ୍ୟ ବିଭାଗ, ଶିକ୍ଷା ବିଭାଗ, ଯୋଗାଣ ବିଭାଗ ଇତ୍ୟାଦି ଅଧିକାରୀମାନେ ନିଜ ନିଜ ବିଭାଗ ଦ୍ୱାରା ସମ୍ଭାବ୍ୟ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ ନେବାକୁ ଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି, ରାଜ୍ୟ ପର୍ଯ୍ୟବେକ୍ଷକ ଏସ୍‌.କେ. ସରଫରାଜ ଆହମଦ୍ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande