ଜଳ ନିଷ୍କାସନ ବ୍ୟବସ୍ଥାକୁ ଗୁରୁତ୍ୱ ନଦେଇ ରାସ୍ତା ନିର୍ମାଣ, ଅଂଚଳବାସୀ ଜଳବନ୍ଦୀ
କୋରେଇ, ୧୮ ଜୁନ୍ (ହି.ସ.) - ଜାତୀୟ ରାଜପଥ ୧୬ ଠାରୁ ଦାମୋଦରପୁର ଗ୍ରାମ ଦେଇ ଜାତୀୟ ରାଜପଥ ୨୦ ପର୍ଯ୍ୟନ୍ତ ରାସ୍ତାର ସପ୍ରସାରଣ କାର୍ଯ୍ୟ ଚାଲୁଅଛି। କିନ୍ତୁ ଜଳ ନିଷ୍କାସନର କୈାଣସି ବ୍ୟସ୍ଥାସ୍ଥା ନକରି ରାସ୍ତା ନିର୍ମାଣ କରିବା ଫଳରେ ଗ୍ରାମର କିଛି ପରିବାର ଏବେ ଜଳବନ୍ଦୀ ଭାବେ ରହୁଛନ୍ତି। ଯାଜପୁର ଜିଲ
ଜଳ ନିଷ୍କାସନ ବ୍ୟବସ୍ଥାକୁ ଗୁରୁତ୍ୱ ନଦେଇ ରାସ୍ତା ନିର୍ମାଣ, ଅଂଚଳବାସୀ ଜଳବନ୍ଦୀ


କୋରେଇ, ୧୮ ଜୁନ୍ (ହି.ସ.) - ଜାତୀୟ ରାଜପଥ ୧୬ ଠାରୁ ଦାମୋଦରପୁର ଗ୍ରାମ ଦେଇ ଜାତୀୟ ରାଜପଥ ୨୦ ପର୍ଯ୍ୟନ୍ତ ରାସ୍ତାର ସପ୍ରସାରଣ କାର୍ଯ୍ୟ ଚାଲୁଅଛି। କିନ୍ତୁ ଜଳ ନିଷ୍କାସନର କୈାଣସି ବ୍ୟସ୍ଥାସ୍ଥା ନକରି ରାସ୍ତା ନିର୍ମାଣ କରିବା ଫଳରେ ଗ୍ରାମର କିଛି ପରିବାର ଏବେ ଜଳବନ୍ଦୀ ଭାବେ ରହୁଛନ୍ତି। ଯାଜପୁର ଜିଲ୍ଲାରେ ମହାମାରୀ ହଇଜା ଓ ଝାଡ଼ାବାନ୍ତି ନିଜର କାୟା ବିସ୍ତାର କରିଚାଲିଥିବା ବେଳେ ଜିଲ୍ଲାରେ ୧୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ମୃତ୍ୟୁ ବରଣ କରିସାରିଲେଣି। କିନ୍ତୁ ରୋଗ ଥମିବାର ନାଁ ଧରୁନାହିଁ। ଏପରିସ୍ଥଳେ ଜଳ ନିଷ୍ମାସନ ବ୍ୟବସ୍ଥାକୁ ଗୁରୁତ୍ୱ ନଦେଇ ରାସ୍ତା ନିର୍ମାଣ କରିବା ଫଳରେ କିଛି ଅଂଚଳବାସୀ ପାଣି ଘେରରେ ରହି ଜଳବନ୍ଦୀ ଭାବେ ବଂଚୁଛନ୍ତି। ମହାମାରୀ ହଇଜା ଏକ ଜଳବାହିତ ରେଗ ହୋଇଥିବାରୁ ସରକାର ବାରମ୍ବାର ଏ ନେଇ କୌଣସି ସ୍ଥାନରେ ପାଣି ନଜମିବା ନେଇ ସତର୍କତା ଅବଲମ୍ବନ କରିବା ଲାଗି ପରାମର୍ଶ ଦେଉଛନ୍ତିି। କିନ୍ତୁ ପାଣିକୋଇଲି ପଂଚାୟତ ଅଧିନସ୍ଥ ଦାମୋଦରପୁର ଗ୍ରାମ ରାସ୍ତାର ଉକ୍ତ ସ୍ଥାନଟିରେ ବର୍ଷା ଜଳ ଜମି ରହିବା ହଇଜାକୁ ନିମନ୍ତ୍ରଣ କରୁଛି କହିଲେ ଅତ୍ୟୁକ୍ତି ହେବ ନାହି। ଏ ନେଇ ସେ ସ୍ଥାନର ଅଂଚଳବାସୀ ଉକ୍ତ ଠିକାଦାରକୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ପଂଚାୟତ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରି ନାହିଁ। ତେଣୁ ଜିଲ୍ଲା ପ୍ରଶାସନ ଏ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବା ଲାଗି ଅଂଚଳବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande