ବଲାଙ୍ଗୀର, ୧୮ ଜୁନ୍(ହି.ସ.) – ବଲାଙ୍ଗୀର ବ୍ଲକ ବୈଦିପାଲି ପଂଚାୟତ ଗ୍ରାମ ପ୍ରତାପରୁଦ୍ରପୁରରେ ମାଉସୀ ମା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇଦିନ ଧରି ୧୭ ଓ ୧୮ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା। ପ୍ରଥମ ଦିନରେ କଳସ ଯାତ୍ରା ଓ ବିଭିନ୍ନ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ଦିନ ମହା ଆଳତି, ବିଷ୍ଣୁ ସହସ୍ରନାମ, ଚଣ୍ଡିପାଠ ଓ ସୁନ୍ଦର କାଣ୍ଡ ଅନୁଷ୍ଠିତ ହୋଇଥିଲା। ମାଉସୀ ମାଁ ମନ୍ଦିର ପ୍ରତିଷ୍ଠା ହୋଇଥିଲା। ମୁଖ୍ୟ ପୁଜକ ଛନ୍ଦାଚରଣ ମିଶ୍ର , ପୂଜକ ସୁଲଭ ଦାଶ, ପୂଜକ ଶାନ୍ତମଣି ମିଶ୍ର ପୂଜା ଦାୟିତ୍ୱ ତୁଳାଇଥିଲେ। ଗାୟକ ଶାନ୍ତନୁ କୁମାର ତ୍ରିପାଠି ସୁନ୍ଦରାକାଣ୍ଡ ପାଠ କରିଥିଲେ। ପୂଜା କର୍ତା ରୂପେ ନୀଳମଣି ରଥ ଓ ତାଙ୍କ ସହ ଧର୍ମିଣୀ ନିଳାନ୍ଦ୍ରୀ ରଥ ପୂଜା ଦାୟିତ୍ୱ ତୁଳାଇଥିଲେ। ଏହି ମାଉସୀ ମାଁ ମନ୍ଦିର ଟି ଗ୍ରାମର ଆଖପାଖ ଭକ୍ତମାନଙ୍କର ସୁଅ ଛୁଟିଥିଲା। ନୀଳମଣୀ ରଥ ଙ୍କ ପିତା ସ୍ୱର୍ଗତ ମହାଦେବ ରଥ ଙ୍କ ଉଦ୍ଦେଶ୍ୟରେ ନିଜ ଅର୍ଥରେ ଏହି ମନ୍ଦିର ନିର୍ମାଣ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ