ଡାଇରିଆ ଆତଙ୍କ : ପୈାରସଂସ୍ଥାର ପ୍ରଚାର ଜୋରଦାର, କାର୍ଯ୍ୟାନୁଷ୍ଠାନ ଶୂନ
କେନ୍ଦ୍ରାପଡ଼ା, ୧୮ ଜୁନ୍‌(ହି.ସ.) – ଡାଇରିଆ ଆତଙ୍କ ଧିରେ ଧିରେ କେନ୍ଦ୍ରାପଡା ଜିଲ୍ଲାକୁ କବଳିତ କରିବାକୁ ଯାଉଥିବା ବେଳେ ସତର୍କତା ପଦକ୍ଷେପ ମୂଳକ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସତର୍କ କରାଇ ଦେଇଛି । ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସହ ସିଧା ସଳଖ ଜଡିତ ଥିବା ବିଭିନ୍ନ ବିଭାଗ ଏଥିପ୍ରତି ଆଗୁଆ ପଦକ୍ଷେ
ଡାଇରିଆ ଆତଙ୍କ : ପୈାରସଂସ୍ଥାର ପ୍ରଚାର ଜୋରଦାର, କାର୍ଯ୍ୟାନୁଷ୍ଠାନ ଶୂନ


କେନ୍ଦ୍ରାପଡ଼ା, ୧୮ ଜୁନ୍‌(ହି.ସ.) – ଡାଇରିଆ ଆତଙ୍କ ଧିରେ ଧିରେ କେନ୍ଦ୍ରାପଡା ଜିଲ୍ଲାକୁ କବଳିତ କରିବାକୁ ଯାଉଥିବା ବେଳେ ସତର୍କତା ପଦକ୍ଷେପ ମୂଳକ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗକୁ ସତର୍କ କରାଇ ଦେଇଛି । ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ସହ ସିଧା ସଳଖ ଜଡିତ ଥିବା ବିଭିନ୍ନ ବିଭାଗ ଏଥିପ୍ରତି ଆଗୁଆ ପଦକ୍ଷେପ ଓ ସତର୍କତା ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ କେନ୍ଦ୍ରାପଡା ପୈାରାଂଚଳରେ ପୈାରସଂସ୍ଥା ପକ୍ଷରୁ ଲୋକ ଦେଖାଣିଆ ପ୍ରଚାର କରା ଯାଉଥିବା ବେଳେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନଥିବା ଦେଖିବାକୁ ମିଳୁଛି । ଦୀର୍ଘ ୭ଦିନ ହେଲାଣି ଦୈନିକ ମାଇକ ଯୋଗେ ଡାଇରିଆ ଓ ହଇଜା ସଂପର୍କରେ ସତର୍କ କରା ଯାଉଥିବା ଓ ଖୋଲାରେ ବିକ୍ରି ହେଉଥିବା ଗୁପଚୁପ, ଚାଟ୍‌, ତେଲଛଣା ଖାଦ୍ୟ ଓ ଉଠା ଦୋକାନୀ ମାନେ ବିକ୍ରି କରୁଥିବା ଖାଦ୍ୟ ନଖାଇବାକୁ ପ୍ରଚାର କରାଯାଉଛି । ମାତ୍ର ପୈାର କାର୍ଯ୍ୟାଳୟ ସମ୍ମୁଖରେ, ସାନ୍ତସାହି ପୋଲ ନିକଟରେ, ରଥଦାଣ୍ଡ ରେ, ବଡହାଟ ଛକ ପ୍ରଭୃତି ଗହଳି ସ୍ଥାନମାନଙ୍କରେ ଖୋଲାମେଲା ରେ ଏହିସବୁ ଖାଦ୍ୟ ବିକ୍ରୟ କରାଯାଉ ଥିଲେ ମଧ୍ୟ ପୈାରସଂସ୍ଥା ପକ୍ଷରୁ ଏହାକୁ ତଦାରଖ କରିବାକୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳୁଛି । ଖଦ୍ୟ ସୁରକ୍ଷା ଅଧିକାରୀଙ୍କ ଜ୍ଞାତସାର ରେ ପୈାରାଂଚଳର ବିଭିନ୍ନ ଅସ୍ୱାସ୍ଥ୍ୟକର ଅଂଚଳରେ ବିକ୍ରି ହେଉଥିବା ଏହି ଖାଦ୍ୟ ଦ୍ରବ୍ୟର ମାନ ଓ ଗୁଣାତ୍ମକ ଦିଗ ତଦାରଖ କରିବା ସହ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande