ଘସିଏନ୍ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର ବରଗାଁ ଠାରେ ଉଦ୍‌ଘାଟିତ
ବଲାଙ୍ଗିର, ୨ ଜୁନ୍ (ହି.ସ.)- ଭାରତ ସରକାର ଏବଂ ନାବାର୍ଡ ପ୍ରୋତ୍ସାହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ପ୍ରଥମ ବ୍ୟବସାୟିକ ଆଉଟଲେଟ ଆଜି ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସଂଜୟ କୁ
ଘସିଏନ୍ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର ବରଗାଁ ଠାରେ ଉଦ୍‌ଘାଟିତ


ଘସିଏନ୍ ଦେବୀ କୃଷକ ଉତ୍ପାଦକ କମ୍ପାନୀର ବ୍ୟବସାୟ କେନ୍ଦ୍ର ବରଗାଁ ଠାରେ ଉଦ୍‌ଘାଟିତ


ବଲାଙ୍ଗିର, ୨ ଜୁନ୍ (ହି.ସ.)- ଭାରତ ସରକାର ଏବଂ ନାବାର୍ଡ ପ୍ରୋତ୍ସାହିତ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଘସିଏନ ଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ପ୍ରଥମ ବ୍ୟବସାୟିକ ଆଉଟଲେଟ ଆଜି ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସଂଜୟ କୁମାର ତାଲୁକଦାର ଉପସ୍ଥିତ ଥିଲେ । ତାଙ୍କ ସହିତ ନାବାର୍ଡ ବଲାଙ୍ଗିର ଜିଲ୍ଲା ବିକାଶ ପ୍ରବନ୍ଧକ ଡା. ବିବେକ କୁମାର ନାୟକ, ମହାଶକ୍ତି ଫାଉଣ୍ଡେସନ ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଓ ଏଫ୍‌ପିଓ ର ନିର୍ଦ୍ଦେଶକ ମଣ୍ଡଳୀର ସଦସ୍ୟମାନେ ମଂଚାସିନ ଥିଲେ । ବ୍ୟବସାୟିକ କେନ୍ଦ୍ର ର ସାର ଏବଂ ବିହନ ଗୋଦାମକୁ ଉଦ୍‌ଘାଟନ କରିବା ପରେ ଉପସ୍ଥିତ ସଭାକୁ ସମ୍ବୋଧନ କରି ଶ୍ରୀ ତାଲୁକଦାର ଓ ଲାଭରେ ଲାଭାଂଶ ଦେବା ଏହି ଏଫ୍‌ପିଓ ର ଦାୟିତ୍ୱ ଏବଂ କର୍ତ୍ତବ୍ୟ - ଏହିଠାରେ ହିଁ ଏଫ୍‌ପିଓ ମଡେଲର ସଫଳତା ଲୁଚିଛି । ସେ ଏଫ୍‌ପିସିଏଲ୍ ର କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହିତ ଏହି କମ୍ପାନୀର ଭବିଷ୍ୟତ ଲକ୍ଷ୍ୟ ପ୍ରତି ସହଯୋଗର ଆଶ୍ୱାସନ ଦେଇଥିଲେ ।

ଏହି ଅବସରରେ ଅତିଥିମାନ ଏଫ୍‌ପିସିଏଲ୍ ର ସାର ଓ ବିହନ ଗୋଦାମକୁ ବୁଲି ଦେଖି ଥିଲେ ଏବଂ ଚାଷୀଙ୍କ ପାଇଁ ଉପଲବ୍ଧ ସାଧନ ସମ୍ପର୍କରେ ପଚାରି ବୁଝିଥିଲେ । ଏହି ବ୍ୟବସାୟ କେନ୍ଦ୍ର ଚାଷୀମାନେ ତାଙ୍କର ଉତ୍ପାଦ ବିକ୍ରୟ କରିବା, ଗୁଣବତ୍ତାଯୁକ୍ତ କୃଷି ଇନ୍‌ପୁଟ ପାଇବା ଓ ନୁଆ ପ୍ରଯୁକ୍ତି ସହିତ ଜୁଡିବା ରେ ସାହାଯ୍ୟ କରିଛି । ଅନୁଷ୍ଠାନରେ ଅଂଚଳର ଅନେକ ଚାଷୀ ପ୍ରତିନିଧି, ଅନ୍ୟାନ୍ୟ ଏଫ୍‌ପିସି ଦଳର ସଦସ୍ୟ ଓ ଅନେକ ସ୍ଥାନୀୟ ନାଗରିକ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande