ତେହରାନ 20 ଜୁନ (ହି.ସ)-ଇରାନର
ବ୍ରିଗେଡିୟର ଜେନେରାଲ ମାଜିଦ ଖାଦେମୀଙ୍କୁ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ
(ଆଇଆରଜିସି)ର ଗୁପ୍ତଚର ସଂଗଠନର ନୁତନ ମୁଖ୍ୟ ନିଯୁକ୍ତ କରାଯାଇଛି।ଆଇଆରଜିସିର କମାଣ୍ଡର ଇନ ଚିଫ
ବ୍ରିଗେଡିୟର ଜେନେରାଲ ମୋହମ୍ମଦ ପାକପୁର ଆନୁଷ୍ଠାନିକ ଭାବରେ ଏହା ଘୋଷଣା କରିଛନ୍ତି।ସେ
କହିଛନ୍ତି ଯେ ବ୍ରିଗେଡିୟର ଜେନେରାଲ ମାଜିଦ ଖାଦେମୀ ବର୍ତ୍ତମାନ ଆଇଆରଜିସି ଗୁପ୍ତଚର ସଂଗଠନର
ନେତୃତ୍ୱ ନେବେ।ଖାଦେମୀ ଏହା ପୁର୍ବରୁ ଆଇଆରଜିସିର ସୁରକ୍ଷା ଏବଂ ଗୁପ୍ତଚର ସଂଗଠନର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ।ତେହରାନ ଟାଇମ୍ସ ଖବର
ଅନୁସାରେ ଆଇଆରଜିସିର କମାଣ୍ଡର ଇନ ଚିଫ
ବ୍ରିଗେଡିୟର ଜେନେରାଲ ମୋହମ୍ମଦ ପାକପୁର
ବ୍ରିଗେଡିୟର ଜେନେରାଲ ମାଜିଦ ଖାଦେମୀଙ୍କୁ ନୁତନ ଦାୟିତ୍ୱ ଦେଇଛନ୍ତି।ଏହି ସମୟରେ ଇସ୍ଲାମିକ
ରିଭୋଲ୍ୟୁସନ ଗାର୍ଡସ କୋର ସହିତ ଜଡିତ ଇରାନର ସରକାରୀ ନୟୁଜ ଏଜେନ୍ସି ତସ୍ନିମ ନ୍ୟୁଜ ରିପୋର୍ଟ
କରିଛି ଯେ ଇସ୍ଲାମିକ କ୍ରାନ୍ତିର ନେତା ଅୟାତୁଲ୍ଲା
ସୟଦ ଅଲୀ ଖାମେନେଇ ବ୍ରିଗେଡିୟର ଜେନେରାଲ ମୋହମ୍ମଦ କରାମୀ ଇସ୍ଲାମୀ କ୍ରାନ୍ତି ଗାର୍ଡ କୋର ଗ୍ରାଉଣ୍ଡ ଫୋର୍ସର ନୁତନ କମାଣ୍ଡର ଭାବରେ ନିଯୁକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା