ନୂଆଦିଲ୍ଲୀ, ଜୁନ୍ ୨୦ (ହିସ) - ଦିଲ୍ଲୀ ସ୍କୁଲ କୋଠରୀ ନିର୍ମାଣ ଦୁର୍ନୀତି ସମ୍ପର୍କରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଆଆପା) ନେତା ମନୀଷ ସିସୋଦିଆ ଆଜି ଦୁର୍ନୀତି ନିବାରଣ ଶାଖା (ଏସିବି) ସମ୍ମୁଖରେ ହାଜର ହୋଇଥିଲେ। ଏହି ମାମଲା ଦିଲ୍ଲୀ ସରକାରୀ ସ୍କୁଲରେ କୋଠରୀ ନିର୍ମାଣ ଏବଂ ଅତ୍ୟଧିକ ମୂଲ୍ୟରେ ଠିକାଦାରୀ ପ୍ରଦାନରେ ବ୍ୟାପକ ଅନିୟମିତତା ସହିତ ଜଡିତ।
ଏସିବି ଯୁଗ୍ମ ପୋଲିସ କମିଶନର ମଧୁର ବର୍ମା କହିଛନ୍ତି ଯେ ମନୀଷ ସିସୋଦିଆ ଆଜି ସକାଳ ୧୧ ଟାରେ ଏସିବି କାର୍ଯ୍ୟାଳୟରେ ପହଂଚିଥିଲେ। ତାଙ୍କୁ ଜଣେ ସ୍ୱାଧୀନ 'ପଂଚ ସାକ୍ଷୀଙ୍କ ଉପସ୍ଥିତିରେ ପଚରାଉଚରା ପାଇଁ ଡକାଯାଇଥିଲା। ପଚରାଉଚରା ସମୟରେ, ଏହି ମାମଲା ସହିତ ଜଡିତ ବିଭିନ୍ନ ତଥ୍ୟ ଏବଂ ପରିସ୍ଥିତି ଉପରେ ତାଙ୍କଠାରୁ ବୟାନ ରେକର୍ଡ କରାଯାଇଥିଲା। ସିସୋଦିଆ ଅପରାହ୍ନ ୨:୩୦ ଟାରେ ଏସିସି କାର୍ଯ୍ୟାଳୟରୁ ବାହାରକୁ ଆସିଥିଲେ। ଅଧିକାରୀ କହିଛନ୍ତି ଯେ ମାମଲାର ତଦନ୍ତ ଏବେ ବି ଚାଲିଛି ଏବଂ ପ୍ରମାଣ ଆଧାରରେ ପରବର୍ରୀ କାର୍ଯ୍ୟାନୁଷ୍ଠାନ ନିଷ୍ପତି ନିଆଯିବ।
ଏସିବି ସମ୍ମୁଖରେ ହାଜର ହେବା ପୂର୍ବରୁ, ସିସୋଦିଆ କହିଥିଲେ ଯେ ସେ ଆଜି ଇଉଈ ସମ୍ମୁଖରେ ସବୁକିଛି ରଖିବେ। ଏହା ରାଜନୈତିକ ଦୁର୍ଦ୍ଦଶା ଦ୍ୱାରା ପ୍ରେରିତ ଏକ ମାମଲା। ବିଜେପି କେବଳ ନକଲି ଏଫଆଇଆର ଦାୟର କରେ ଏବଂ ମାମଲା ଚାଲିଥାଏ। ଏହା ସମ୍ପୂର୍ଣ୍ଣ ମିଥ୍ୟା ମାମଲା। ଏଥିରୁ କିଛି ବାହାରିବ ନାହିଁ।
----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ