ଜାମ୍ମୁ, 20 ଜୁନ
(ହି.ସ)-ଜାମ୍ମୁ -ଶ୍ରୀନଗର ଜାତୀୟ ରାଜପଥ ଯାତାୟତ ପାଇଁ ପୁନଃସ୍ଥାପିତ କରାଯାଇଛି।ଆଜି ଛୋଟ ଯାନବାହାନକୁ
ରାଜପଥର ଉଭୟ ପାର୍ଶ୍ୱରେ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବାବେଳେ ବଡ ଯାନବାହାନଗୁଡିକୁ କେବଳ
ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି। ଟ୍ରାଫିକ ବିଭାଗର ଅଧିକାରୀମାନେ
କହିଛନ୍ତି ଯେ ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ଜାରି
ରହିଛି।ଛୋଟ ଯାନଗୁଡିକୁ ସେମାନଙ୍କ ଲେନରେ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି ଯାନକୁ
ଦ୍ରୁତ ଗତିରେ କିମ୍ବା ଓଭରଟେକ ନ କରିବାକୁ ପରାମର୍ଶ ଦିଆଯାଇଛି।ଏହି ସମୟରେ ଛୋଟ ଯାନଗୁଡିକୁ
ଉଭୟ ପାର୍ଶ୍ୱରୁ ଜାମ୍ମୁରୁ ଶ୍ରୀନଗର ଏବଂ ଶ୍ରୀନଗରରୁ ଜାମ୍ମୁ ଉଭୟ ପାର୍ଶ୍ୱରୁ ଯାତ୍ରା
କରିବାକୁ ଅନୁମତି ଦିଆଯାଉଥିବାବେଳେ ବଡ ଯାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯାତ୍ରା
କରିବାକୁ ଅନୁମତି ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା