ଭୁବନେଶ୍ୱର, ୨୦ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୧୨୦.୩ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ଏହି ସମୟରେ ସ୍ୱାଭାବିକ୍ ବର୍ଷା ୧୧୪.୯ ମି.ମି ରହିଥାଏ ।
ଏହି ଅବଧି ମଧ୍ୟରେ ୨ଟି ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୬ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା, ୬ ଜିଲ୍ଲାରେ ନିଅଂଟିଆ ଏବଂ ଅନ୍ୟ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ