ଗଞ୍ଜାମ, ୨୦ ଜୁନ୍ (ହି.ସ.)- ଶେରଗଡ଼ ବ୍ଲକର ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି) ବାହାରୁ ଦେଖିବାକୁ ଚକାଚକ୍, କିନ୍ତୁ ଭିତରେ ଫମ୍ପା । ହସପିଟାଲ ଛାତରୁ ସିମେଂଟ ପଲସ୍ତରା ଖସୁଛି । ବର୍ଷାପାଣି ଛାତରୁ ଗଳି କୋଠରୀରେ ଜମୁଛି । ରୋଗୀଙ୍କ ୱାର୍ଡରେ, ଚଟାଣ ଓ ବେଡରେ ବର୍ଷାପାଣି ପଡି ଓଦାହୋଇ ରହୁଛି । ପ୍ରସୂତି ଓ ସର୍ଜିକାଲ ରୁମ୍ କଥା ନକହିବା ଭଲ । ପାଇଖାନା ଓ ରୁମ୍ ଗୁଡିକରୁ ମଇଳା, ଦୂଷିତ ପାଣି ନିଷ୍କାସିତ ହୋଇନପାରି ହସପିଟାଲ ପରିବେଶ ପୂତିଗନ୍ଧମୟ ହୋଇପଡିଛି । ତୁରନ୍ତ ସ୍ୱାସ୍ଥ୍ୟବିଭାଗ କର୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ