ଭୁବନେଶ୍ୱର, ୨୦ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ନୱାନାରେ ସର୍ବାଧିକ ୮୧.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲିରେ ୭୬.୮ ମି.ମି., ସମ୍ବଲପୁର ଜିଲ୍ଲାର ବାମରାରେ ୬୮.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୬୩.୪ ମି.ମି., ସୁନ୍ଦରଗଡ଼ ଜିଲ୍ଲାର କୁତ୍ରାରେ ୬୧.୬ ମି.ମି., ଗୁରୁଣ୍ଡିଆରେ ୫୯.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୫୭.୬ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡାରେ ୫୭.୧ ମି.ମି., ସୁନ୍ଦରଗଡ଼ରେ ୫୬.୬ ମି.ମି., ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ୫୫.୨ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ୫୩.୬ ମି.ମି., ଲହୁଣିପଡ଼ାରେ ୫୨.୦ ମି.ମି. ଏବଂ ପାନପୋଷରେ ୫୦.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ