ଭୁବନେଶ୍ୱର, 20 ଜୁନ୍ (ହି.ସ.)- ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନ ଶୋକ
ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଲୋକସେବକ
ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବର ଶୁଣି
ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସାଧାରଣ, ମିଷ୍ଟଭାଷୀ ଓ ପରୋପକାରୀ
ମଣିଷ ଥିଲେ । ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ବହୁତ ସରଳ । ଅନେକ
ସମୟରେ ତାଙ୍କ ସହ ମୋର ଦେଖା ସାକ୍ଷାତ୍ ହୋଇଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ନ୍ୟାୟବତୀ’
ନାମକ
ଏକ ପତ୍ରିକାର ସଂସ୍ଥାପକ ଓ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଲୋକସେବକ
ମଣ୍ଡଳରେ ଯୋଗଦେଇ ଦୈନିକ ‘ସମାଜ’ର ସମ୍ପାଦକ,
ପ୍ରକାଶକ
ଓ ମୁଦ୍ରାକର ଭାବରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ଜିମ୍ସାରର ଅଧ୍ୟକ୍ଷ,
‘ସମାଜ’
ରିଲିଫ
କମିଟିର ମୁଖ୍ୟ, ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ । ଜଣେ
ନିଷ୍ଠାବାନ ବ୍ୟକ୍ତି ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସାମ୍ବାଦିକତା, ଓକିଲାତି କରିବା ସହିତ
ସମାଜସେବାରେ ସେ ଯେଉଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ,
ତାହା
ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ
ସମବେଦନା ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା