ପ୍ରବଳ ଗରମରେ ଆଶ୍ୱସ୍ତି ଦେଲା ‘ମୋଦି ପଙ୍ଖା’, ପାଲଟିଲା ସ୍ୱାଗତ ଓ ସମର୍ଥନର ଚିହ୍ନ
ଭୁବନେଶ୍ୱର, 20 ଜୁନ୍ (ହି.ସ.) - ରାଜଧାନୀ ଭୁବନେଶ୍ୱରର ଜନତା ମୈଦାନରେ ଶୁକ୍ରବାର ଦିନ ଆୟୋଜିତ ବିଶାଳ ଉତ୍ସବରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ, ସେଠାରେ ବିଜେପି ତରଫରୁ କରାଯାଇଥିବା ବିଶେଷ ବ୍ୟବସ୍ଥା ଲୋକମାନଙ୍କ ପାଇଁ ଆରାମ ଦାୟକ ହୋଇଥିଲା। ମୈଦାନକୁ ଆସିଥିବା ଲୋକମାନଙ୍
ପ୍ରବଳ ଗରମରେ ଆଶ୍ୱସ୍ତି ଦେଲା ‘ମୋଦି ପଙ୍ଖା’, ପାଲଟିଲା ସ୍ୱାଗତ ଓ ସମର୍ଥନର ଚିହ୍ନ


ଭୁବନେଶ୍ୱର, 20 ଜୁନ୍ (ହି.ସ.)

- ରାଜଧାନୀ ଭୁବନେଶ୍ୱରର ଜନତା ମୈଦାନରେ ଶୁକ୍ରବାର ଦିନ ଆୟୋଜିତ ବିଶାଳ

ଉତ୍ସବରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ, ସେଠାରେ ବିଜେପି ତରଫରୁ କରାଯାଇଥିବା

ବିଶେଷ ବ୍ୟବସ୍ଥା ଲୋକମାନଙ୍କ ପାଇଁ ଆରାମ ଦାୟକ ହୋଇଥିଲା।

ମୈଦାନକୁ ଆସିଥିବା ଲୋକମାନଙ୍କୁ ଗେରୁଆ ଓ ସବୁଜ ରଙ୍ଗର ସୁନ୍ଦର ପଂଖା ବଣ୍ଟାଯାଇଥିଲା,

ଯେଉଁଥିରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି, ବିଜେପିର ନିର୍ବାଚନ ଚିହ୍ନ ପଦ୍ମ ଓ ‘ବିଜେପି’

ଲେଖା ହୋଇଥିଲା।

ଏହି ପଂଖା କେବଳ ଗରମରୁ ଆଶ୍ୱସ୍ତି ମାଧ୍ୟମ ପାଲଟିନଥିଲା,

ବରଂ ସମାରୋହକୁ

ଆସିଥିବା ଲୋକମାନଙ୍କ ପାଇଁ ଉତ୍ସାହ ଓ ସମର୍ଥନର ଏକ ପ୍ରତୀକ ବି ପାଲଟିଥିଲା। ଯେତେବେଳେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଚରେ ପହଁଚିଥିଲେ, ସେତେବେଳେ ମୈଦାନରେ ଥିବା

ହଜାର ହଜାର ଲୋକେ ସେହି ପଂଖାକୁ ଏକସାଥିରେ ହଲାଇ ତାଙ୍କ ସ୍ୱାଗତ କରିଥିଲେ। ଏହି ଦୃଶ୍ୟ

ଅଭୂତପୂର୍ବ ଥିଲା ଓ ସମଗ୍ର ମୈଦାନ ମଧ୍ୟରେ ଗେରୁଆ-ସବୁଜ ରଙ୍ଗର ଅଦ୍ଭୁତ ରଙ୍ଗ ଛାଇଯାଇଥିଲା।

ପଂଖା ଧରିଥିବା ଲୋକମାନଙ୍କ ମୁହଁରେ ଯେଉଁଠି ଗରମରୁ ଆଶ୍ୱସ୍ତିର ଭାବ ଥିଲା,

ସେଇଠି

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବିଶ୍ୱାସ ଓ ସମର୍ଥନର ଝଲକ ମଧ୍ୟ ସ୍ପଷ୍ଟ ଭାବରେ

ଦେଖାଯାଉଥିଲା। ବିଜେପି ତରଫରୁ ଏହି ଛୋଟ କିନ୍ତୁ ପ୍ରଭାବଶାଳୀ ପଦକ୍ଷେପ କେବଳ ସମାରୋହକୁ ଆକର୍ଷଣୀୟ

କରିନଥିଲା, ବରଂ ଏହା ଦେଖାଇଥିଲା ଯେ ପାର୍ଟି ଲୋକଙ୍କ ସୁବିଧା ଓ ଭାବନା ଉଭୟ

ଉପରେ ସମାନ ଧ୍ୟାନ ଦେଇଛି।‘ମୋଦି ବାଲା ପଂଖା’

ଏବେ

କେବଳ ଏକ ସ୍ମୃତି ନୁହେଁ, ବରଂ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ

ପୂର୍ଣ୍ଣ ହେବା ଅବସରରେ ଜନମାନସର ଉତ୍ସାହ ଓ ସମର୍ଥନର ଏକ ଜୀବନ୍ତ ଫଟୋ ପାଲଟିଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande