ଭୁବନେଶ୍ୱର, 20 ଜୁନ୍ (ହି.ସ.)
- ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ହେବା ଅବସରରେ ରାଜଧାନୀ
ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ଆୟୋଜିତ ବିଶାଳ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦିଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡାକଡି କରାଯାଇଥିଲା। ରାଜ୍ୟ
ପ୍ରଶାସନ ଓ ପୋଲିସ ବିଭାଗ ତରଫରୁ କୌଣସି ପ୍ରକାରର ତ୍ରୁଟି ହେବାକୁ ନ ହେବା ପାଇଁ ବ୍ୟାପକ ବ୍ୟବସ୍ଥା
କରାଯାଇଥିଲା।
ରାଜଧାନୀକୁ ସଂଯୋଗ କରୁଥିବା ପ୍ରମୁଖ ଛକ, ରାସ୍ତା ଓ ସମ୍ବେଦନଶୀଳ
ସ୍ଥଳଗୁଡ଼ିକୁ ନଜରରେ ରଖି ସେଠାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ଜୟଦେବ ବିହାର ଛକରୁ
ଆରମ୍ଭ କରି ଜନତା ମୈଦାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତାରେ ବିଶେଷ ନଜର ରଖାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ
କାଫିଲା ଚଳାଚଳକୁ ନେଇ ବିମାନବନ୍ଦରରୁ ଆରମ୍ଭ କରି କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ଏକ ବିଶେଷ
ସୁରକ୍ଷା ଘେରା ତିଆରି କରାଯାଇଥିଲା।
ଜନତା ମୈଦାନକୁ ପ୍ରବେଶ ପାଇଁ ବନାଯାଇଥିବା ପ୍ରତ୍ୟେକ ଗେଟରେ ସୁରକ୍ଷା ଯାଂଚ କରାଯାଇଥିଲା।
ଦର୍ଶକମାନଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବା ପୂର୍ବରୁ ସଂପୂର୍ଣ୍ଣ ତଲାସି ନିଆଯାଇଥିଲା। ମେଟାଲ୍
ଡିଟେକ୍ଟର ଓ ହ୍ୟାଣ୍ଡହେଲ୍ଡ୍ ସ୍କ୍ୟାନର ଯାଂଚ କରାଯାଉଥିଲା ଯଦ୍ୱାରା କୌଣସି ସନ୍ଦିଗ୍ଧ ବସ୍ତୁ
କିମ୍ବା ବ୍ୟକ୍ତି କାର୍ଯ୍ୟକ୍ରମ ସ୍ଥଳ ଭିତରକୁ ପ୍ରବେଶ କରିବାରୁ ରୋକିଯାଇପାରିବ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଧାୟକ, ସାଂସଦ ଓ ଅନ୍ୟାନ୍ୟ
ବିଶିଷ୍ଟ ଅତିଥିମାନଙ୍କ ପାଇଁ ଅଲଗା ପାସ୍ ଓ ବିଶେଷ ଯାନବାହନର ବ୍ୟବସ୍ଥା ରହିଥିଲା। ଗଣମାଧ୍ୟମ
ପ୍ରତିନିଧିମାନଙ୍କ ପାଇଁ ମଧ୍ୟ ବିଶେଷ ପ୍ରବେଶ ଓ ପାର୍କିଂ ସୁବିଧା କରାଯାଇଥିଲା,
ଯାହାଦ୍ୱାରା
ଟ୍ରାଫିକ୍ ଓ ଅବ୍ୟବସ୍ଥା ରୋକାଯାଇପାରିବ।
ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କାରଣରୁ ପିଏମ ମୋଦିଙ୍କ କାର୍ଯ୍ୟକ୍ରମ ସଂପୂର୍ଣ୍ଣ
ଭାବେ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସଂପନ୍ନ ହୋଇଥିଲା । ପୋଲିସ ଓ ପ୍ରଶାସନର
ପଦକ୍ଷେପକୁ ଚାରିଆଡୁ ପ୍ରଶଂସା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା