ଅମୃତସରର ଅଟାରି ସୀମାରେ ବିଏସଏଫ ପାଳନ କଲା ଯୋଗ ଦିବସ
ଚଣ୍ଡିଗଢ 21 ଜୁନ (ହି.ସ)-ସୀମା ସୁରକ୍ଷାବାହିନୀ (ବିଏସଏଫ)ପକ୍ଷରୁ 11ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶନିବାର ମିଳିତ ଚେକ ପୋଷ୍ଟ ଅଟାରୀ ରେ ଯୋଗ ସମାରୋହର ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଏସଏଫର ଯବାନ ଙ୍କ ବ୍ୟତୀତ ସୀମାବର୍ତ୍ତୀ ଗ୍ରାମରେ ନାଗରିକ ,ସ୍କୁଲ
ଅମୃତସରର ଅଟାରି ସୀମାରେ ବିଏସଏଫ ପାଳନ କଲା ଯୋଗ ଦିବସ


ଚଣ୍ଡିଗଢ 21 ଜୁନ (ହି.ସ)-ସୀମା

ସୁରକ୍ଷାବାହିନୀ (ବିଏସଏଫ)ପକ୍ଷରୁ 11ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶନିବାର ମିଳିତ ଚେକ

ପୋଷ୍ଟ ଅଟାରୀ ରେ ଯୋଗ ସମାରୋହର ଆୟୋଜନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଏସଏଫର ଯବାନ ଙ୍କ

ବ୍ୟତୀତ ସୀମାବର୍ତ୍ତୀ ଗ୍ରାମରେ ନାଗରିକ ,ସ୍କୁଲ ପିଲା,ପ୍ରସିଦ୍ଧ କ୍ରୀଡାବିତ ଏବଂ ପଦ୍ମ

ପୁରସ୍କାର ବିଜେତାମାନେ ଅଂଶଗ୍ରହଣ କରିଥିଲେ।ବିଏସଏଫ ଯେଉଁ ସ୍ଥାନରେ ଆଜି କାର୍ଯ୍ୟକ୍ରମଆୟୋଜନ କରିଛନ୍ତି ସେଠାରେ ରିଟ୍ରିଟ ସେରେମୋନୀ ଆୟୋଜିତ

ହୁଏ।ଜିରୋ ଲାଇନରେ ଆୟୋଜିତ କାର୍ଯ୍ୟକ୍ରମ ସମୟରେ ପାକିସ୍ଥାନ ପକ୍ଷରୁ କୌଣସି ଆୟୋଜନ

କରାଯାଇନଥିଲା। ଗୋଟିଏପଟେଯେଉଁଠାରେ ଭାରତୀୟ

ସୀମାରେ ଜୟଧ୍ୱନୀ ହେଉଥିଲେ ମଧ୍ୟ ପାକିସ୍ଥାନ ପାର୍ଶ୍ୱରେ ନୀରବତା ଥିଲା।ଏହି ସ୍ୱତନ୍ତ୍ର

କାର୍ଯ୍ୟକ୍ରମରେ ବିଏସଏଫ ପଞ୍ଜାବ ଫ୍ରଣ୍ଟିୟରର ମହାନିରୀକ୍ଷକ ଅତୁଲ ଫୁଲଜେଲେ ମୁଖ୍ୟ ଅତିଥି

ଭାବରେଯୋଗଦେଇଥିଲେ ଏବଂ ଯୋଗକୁ ମାନବତାର

ସହଭାଗୀ ଏୈତିହ୍ୟ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଯୋଗ କେବଳ ବ୍ୟାୟାମ ନୁହେଁ ବରଂ ଜୀବନଯାପନର

ଏକ କଳା,ଯାହା ଶାନ୍ତି ,ସ୍ୱାସ୍ଥ୍ୟ ଏବଂ ଏକତାକୁ ସୁଦୃଢ କରିଥାଏ।ଏହି କାର୍ଯ୍ୟକ୍ରମ ସମୟରେ

ବିଭିନ୍ନ ବୟସ ବର୍ଗର ଅଂଶଗ୍ରହଣକାରୀମାନେ ସର୍ବପ୍ରଥମେ ସୁର୍ଯ୍ୟ ନମସ୍କାର କରିଥିଲେ।ଏହାପରେ

ପ୍ରାଣାୟମ, ତାଡାସନ,ବୃକ୍ଷାସନ,ଭୁଜଙ୍ଗାସନ,ଭଳି ପ୍ରମୁଖ ଯୋଗ ସ୍ଥିତି ଅଭ୍ୟାସ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande