ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ
ମୁମ୍ବାଇ 21 ଜୁନ (ହି.ସ)-ପାଣିପାଗ ବିଭାଗ ଶନିବାର ଦିନ କୋଙ୍କଣ ଏବଂ ମଧ୍ୟ ମହାରାଷ୍ଟ୍ରର ଘାଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୁର୍ବାନୁମାନ କରିଛି।ବିଶେଷକରିରତ୍ନଗିରି ,ରାୟଗଢ ଏବଂ ସିନ୍ଧୁଦୁର୍ଗଜିଲ୍ଲାରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ଏବଂ ଏଠାରେ ଅରେଞ୍ଜ
ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ


ମୁମ୍ବାଇ 21 ଜୁନ

(ହି.ସ)-ପାଣିପାଗ ବିଭାଗ ଶନିବାର ଦିନ କୋଙ୍କଣ ଏବଂ ମଧ୍ୟ ମହାରାଷ୍ଟ୍ରର ଘାଟରେ ପ୍ରବଳରୁ

ଅତିପ୍ରବଳ ବର୍ଷା ହେବାର ପୁର୍ବାନୁମାନ କରିଛି।ବିଶେଷକରିରତ୍ନଗିରି ,ରାୟଗଢ ଏବଂ ସିନ୍ଧୁଦୁର୍ଗଜିଲ୍ଲାରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ଏବଂ ଏଠାରେ ଅରେଞ୍ଜ

ଆର୍ଲଟଜାରି କରାଯାଇଛି।ଏହା ସହିତ ପୁଣେରେ

ଅରେଞ୍ଜ ଆର୍ଲଟ ଏବଂ ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣରବର୍ଷାର ଚେତାବନୀ ଜାରି କରାଯାଇଛି।ପାଣିପାଗ ବିଭାଗ

ଅନୁସାରେ ଗତ 24 ଘଣ୍ଟା (20 ଜୁନ ସକାଳ ପର୍ଯ୍ୟନ୍ତ)ରତ୍ନଗିରି ଜାଲ୍ଲାରେସର୍ବାଧିକ 41.7 ମିମି ବର୍ଷା ରେକର୍ଡ କରାଯାଇଛି।ଠାଣେ

ଏବଂ ପାଳଘର ଜିଲ୍ଲାରେ ମଧ୍ୟ 41.6 ମିମି,ରାୟଗଢାରେ40.1 ମିମି ଏବଂ ମୁମ୍ବାଇ ଉପକଣ୍ଠରେ 31.7 ମିମି ବର୍ଷାରେକର୍ଡ କରାଯାଇଛି।ରତ୍ନଗିରିର ଖେଡ ଏବଂ ଦାପୋଳୀନଗରପାଳିକା ସୀମାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା

ଆସିବାରୁ କିଛି ରାସ୍ତା ଯାତାୟତ ପାଇଁ ବନ୍ଦ କରିଦିଆଯାଇଛି।କୋଙ୍କଣ ଅଞ୍ଚଳରେ ବନ୍ୟା ଯୋଗୁଁ

ବୋରଘର -ନାଟୁ-ଚିଞ୍ଚୱାଲିରୋଡରେ ପାଣି ପ୍ରବେଶ

କରିବା ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି।ସେହିପରି ଚିଞ୍ଚଗର କୋରେଗାଓଁ ଭୈରବୀ ରୋଡ ମଧ୍ୟ

ଜଳମଗ୍ନ।ଜାତୀୟ ରାଜପଥ ସଂଖ୍ୟା 166ରେ ଭୁସ୍ଗଳନ ଯୋଗୁଁ ଯାତାୟତ ବନ୍ଦ ହୋଇଯାଇଥିଲା ,କିନ୍ତୁ

ପରେ ମାଟି ହଟାଇବା ପରେ ଯାତାୟତ ପୁନଃସ୍ଥାପିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande