ଭୁବନେଶ୍ୱର, 21 ଜୁନ୍ (ହି.ସ.)- ରାଜ୍ୟକୁ ଉପୁଜିଛି
ଡାଇରିଆ, କଲରା ଓ ହଇଜା ଭଳି ସ୍ଥିତି। ଯାହାକୁ ନେଇ
ଚିନ୍ତାରେ ପଡିଛନ୍ତି ରାଜ୍ୟସରକାର । ଖାଲି ଲୋକ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ ଏହାରି
ଭିତରେ ଏକାଧିକ ଜୀବନ । ଜିଲ୍ଲାକୁ ଜିଲ୍ଲା ବ୍ୟାପିବାର ଲାଗିଛି ଝାଡାବାନ୍ତି ସ୍ଥିତି।
କେନ୍ଦ୍ରୀୟ ଟିମ ସହ ରାଜ୍ୟ
ଟିମ୍ ଜିଲ୍ଲା ଗୁଡ଼ିକରେ ଡେରା ପକାଇଛନ୍ତି। କିଏ କହୁଛି ପାଣି ପାଇଁ ତ ଆଉ କିଏ ଖାଦ୍ୟ ।
କିନ୍ତୁ ଏକ ପ୍ରକାରର ସ୍ପଷ୍ଟ କି ପାଣି ପାଇଁ ଝାଡାବାନ୍ତି ଭଳି ସମସ୍ୟା ଉପୁଜିଛି।
ଡାଇରିଆ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ ଏକ ଜରୁରୀ ବୈଠକ ଡାକିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସହ ଆଜି କରିବେ
ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ସନ୍ଧ୍ୟା ସମୟରେ ଏହି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ ଏହି
ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନ୍ୟ ବିଭାଗର ମନ୍ତ୍ରୀ ରହିବେ ଉପସ୍ଥିତ।ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ମହିଳା ଓ ଶିଶୁ ବିକାଶ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ
ସଚିବ ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକ ହେବେ ସାମିଲ
। ସ୍ଥିତି ସମ୍ପର୍କରେ ଆଲୋଚନା ହେବ ସହ କେମିତି ଯଥା ଶୀଘ୍ର ଏଥିରୁ ଲୋକଙ୍କୁ ମୁକୁଳାଇ ହେବ
ସେଥିପାଇଁ ହୋଇପାରେ ବଡ ନିଷ୍ପତ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା