ଯୋଗମୟ ଦେବଭୂମି, ଡେରାଡୁନରେ ଯୋଗ କଲେ ରାଷ୍ଟ୍ରପତି ମୁର୍ମୁ, କହିଲେ- ଦେଶର ଯୋଗ, ଚେତନା ଓ ଐତିହ୍ୟର କେନ୍ଦ୍ର ଅଟେ ଉତ୍ତରାଖଣ୍ଡ
ଡେରାଡୁନ, 21 ଜୁନ୍ (ହି.ସ.)- 11ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପାହାଡ଼ରୁ ନେଇ ମୈଦାନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଭୂମି ଯୋଗମୟ ହୋଇଯାଇଛି। ଡେରାଡୁନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଭରାଡ଼ୀସୈଣରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ ଅନେକ ଦେଶର ରାଜଦ
ଯୋଗମୟ ଦେବଭୂମି,     ଡେରାଡୁନରେ ଯୋଗ କଲେ ରାଷ୍ଟ୍ରପତି ମୁର୍ମୁ, କହିଲେ- ଦେଶର ଯୋଗ, ଚେତନା ଓ ଐତିହ୍ୟର କେନ୍ଦ୍ର     ଅଟେ ଉତ୍ତରାଖଣ୍ଡ


ଡେରାଡୁନ, 21 ଜୁନ୍ (ହି.ସ.)- 11ତମ ଅନ୍ତର୍ଜାତୀୟ

ଯୋଗ ଦିବସ ଅବସରରେ ପାହାଡ଼ରୁ ନେଇ ମୈଦାନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଭୂମି ଯୋଗମୟ ହୋଇଯାଇଛି। ଡେରାଡୁନରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଭରାଡ଼ୀସୈଣରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହିତ

ଅନେକ ଦେଶର ରାଜଦୂତମାନେ ଯୋଗ କରିଛନ୍ତି। ଯୋଗ ଦିବସର ଉତ୍ସାହ ଏତେ ଥିଲା ଯେ ଚାରି ଧାମ –

ଗଙ୍ଗୋତ୍ରୀ, ଯମୁନୋତ୍ରୀ, ବଦ୍ରିନାଥ ଓ

କେଦାରନାଥରେ ମଧ୍ୟ ଲୋକେ ଯୋଗ ଅଭ୍ୟାସ କରିଥିଲେ। ନୈନିତାଲରେ ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ

କରିଛନ୍ତି।

ଡେରାଡୁନ ପୋଲିସ ଲାଇନ୍‌ରେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳେ ଯୋଗ କରିଥିଲେ। ତାଙ୍କ ସହିତ ରାଜ୍ୟପାଳ ଲେଫ୍‌ଟିନେଣ୍ଟ

ଜେନେରାଲ ଗୁରମୀତ ସିଂହ (ସେ.ନି.) ଓ ମନ୍ତ୍ରୀ ସୁବୋଧ ଉନିୟାଳଙ୍କ ସହିତ ବହୁତ ସଂଖ୍ୟାରେ ଲୋକେ

ଯୋଗ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଡେରାଡୁନରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସର ଶୁଭାରମ୍ଭ

କରିଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ

ମୁର୍ମୁ ଉତ୍ତରାଖଣ୍ଡକୁ ଦେଶର ଯୋଗ, ଚେତନା ଓ ବୈଦିକ ଐତିହ୍ୟର କେନ୍ଦ୍ର ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହି ସହିତ କହିଛନ୍ତି

ଯେ ଯୋଗ ଭାରତର ସଫ୍ଟ ପାୱାରର ଏକ ଶକ୍ତିଶାଳୀ

ଉଦାହରଣ। ରାଷ୍ଟ୍ରପତି କହିଛନ୍ତି ଯେ ଯୋଗ ଗୋଟିଏ ବ୍ୟକ୍ତିଙ୍କୁ ଅନ୍ୟ ବ୍ୟକ୍ତି ସହ,

ଗୋଟିଏ ସମୁଦାୟକୁ ଅନ୍ୟ ସମୁଦାୟ ସହ ଓ ଗୋଟିଏ ଦେଶକୁ

ଅନ୍ୟ ଦେଶ ସହ ଯୋଡିବାର କାମ କରିଥାଏ। ବିଶ୍ୱର ଲୋକମାନେ ଏଥିରୁ ଲାଭାନ୍ବିତ ହେଉଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ବ୍ୟକ୍ତି ସୁସ୍ଥ ରହେ,

ତେବେ ତାଙ୍କର ପରିବାର ସ୍ୱାସ୍ଥ୍ୟ ରହେ,

ଓ ପରିବାର ସ୍ୱାସ୍ଥ୍ୟ ରହିଲେ,

ଦେଶ ସ୍ୱାସ୍ଥ୍ୟ ରହେ। ସେ ସମସ୍ତଙ୍କୁ ଯୋଗକୁ ଜୀବନ ଜୀଇଁବାର ଏକ ମାଧ୍ୟମ କରିବା ପାଇଁ ପ୍ରେରିତ

କରିଛନ୍ତି ଓ ସମସ୍ତ ସଂସ୍ଥାଙ୍କୁ ଅପିଲ୍ କରିଛନ୍ତି ଯେ ଯୋଗକୁ ଜନସୁଲଭ କରାଯାଉ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande