ବଲାଙ୍ଗିର, 22 ଜୁନ୍ (ହି.ସ.)
ବଲାଙ୍ଗିର ଜିଲ୍ଲାର ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରସ୍ତାବିତ ସାଲେପାଲି ଗ୍ରାଫାଇଟ ମାଇନସ୍ ବିରୁଦ୍ଧରେ ବ୍ୟାପକ ଜନ ପ୍ରତିକ୍ରିୟା ଆରମ୍ଭ ହୋଇଛି । ଏହି ମାଇନିଙ୍ଗ ବ୍ଲକ ଅନ୍ତର୍ଗତ ସାଲେପାଲି, ବାଲିପଟା, ସୋଲବନ୍ଧ, ଗଂଗାସାଗର, କପାଣି, ମରୁଆଁ, ଧାତୁକ, ତେନ୍ତୁଳିମୁଣ୍ଡା ଗ୍ରା.ପ ର ସାଲେପାଲି, ରହେନମାଲ, କର୍ଲାମାଲ, ଚକାମାଲ, ତୁର୍ଲାମାଲ, ନିଲଜିବାହାଲ, ଗୁହୁରିଆମୁଣ୍ଡା, କଲଙ୍ଗାପାଲି, ବାଲିପଟା, ତୁହ୍ଲାଦର୍ହା, ବଂଜାରୀ, ବଥର୍ଲା, ସୋଲବନ୍ଧ, ଝୁଲେନବର, କପାଣି, ଡୁଙ୍ଗୁରିଗୁଡା, ମୁଣ୍ଡୋଦର୍ହ, ସାନ ବିଚିଲିବାହାଲ, ବିଲେଇସାଥି, ଫୁଡୁକୁପର, ଖଲିଆ, ଧାତୁକ, ବଡବାବେୟୁରି, ଜନଳାବିଅଁର, ଗୋଏଲପିଟା ଅଂଚଳର ଲୋକ ଜନମ ମାଏଟ ବଚାଓ ସଂଘର୍ଷ ସମିତି ନାଁରେ ଏକ ସଂଗଠନ କରି ଏହା ବିରୁଦ୍ଧରେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଆଗାମି ୨୩ ତାରିଖରେ ସେମାନେ ପାଟଣାଗଡ ଠାରେ ଏକ ଜନ ବିକ୍ଷୋଭ ର ଆୟୋଜନ କରିଛନ୍ତି । କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏଇ ଆନ୍ଦୋଳନ ପ୍ରତି ସମର୍ଥନ ବ୍ୟାପକ କରାଯାଉଛି ।
ଏଇ ଅଂଚଳର ଲୋକମାନେ ଅଭିଯୋଗ କରିଛନ୍ତି ଯେ ବିନା ପଲ୍ଲିସଭା, ବିନା ଗ୍ରାମସଭା ଓ ବିନା ଜନ ଶୁଣାଣି ରେ ସରକାର ଏଇ ମାଇନିଂଗ ବ୍ଲକ କୁ ତାମିଲନାଡୁ ରାଜ୍ୟର ଭିନମିର ରିସୋର୍ସ ପ୍ରାଇଭେଟ ଲିମିଟେଡ କଂପାନି କୁ ନିଲାମ ଦେଇ ସାରିଛନ୍ତି । ଲୋକ ଅଭିଯୋଗ କରୁଛନ୍ତି ଯେ ଏହି ଖଣ୍ଡି ଖନନ ହେଲେ ହଜାର ହଜାର ଲୋକ ବିସ୍ଥାପିତ ହେବେ ଓ ଏଇ ଅଂଚଚଳର ପରିବେଶ ସମ୍ପୁନ୍ନ ଧ୍ୱଂସ ହୋଇଯିବା ସହ ଲୋକ ସେମାନଙ୍କ ଜୀବନ ଜୀବିକା ହରାଇବେ । ଯଦି ଏହା ସତ୍ୟ ତେବେ ସାଂଘତିକ । ବିଗତ ସରକାର ସମୟରେ ବ୍ୟାପକ ଖଣି ଖନନ କରି ବିଭିନ୍ନ ଅଂଚଳକୁ ଧ୍ୱଂସ କରାଯାଇଥିବା ବେଳେ ତଥା ହିରାକୁଦର ବିସ୍ଥାପିତମାନଙ୍କ ଠୁ ଆରମ୍ଭ କରି ଲୋୟର ସୁକତେଲ ଡେମର ଡେମର ବିସ୍ଥାପିତ ଲୋକମାନେ ଆଜି ଯାଏଁ କ୍ଷତିପୁରଣ ପାଇ ନ ଥିବା ବେଳେ ପୁନଶ୍ଚ ଏଭଳି ବ୍ୟାପକ ବିସ୍ତାପନ ଉଦ୍ୟମ କଦାପି ଗ୍ରହଣିୟ ନୁହେଁ । ଅଧିକନ୍ତୁ ସଂପୃକ୍ତ ଅଂଚଳ ରେ ବ୍ୟାପକ କପା ଉତ୍ପାଦନ ହୁଏ ତେବେ ପାତଳଘନ୍ଟା, ତରଭୁଜ ଓ ଆମ୍ବ ମଧ୍ୟ ବହୁ ମାତ୍ରାରେ ଉତ୍ପାଦନ କରି ଚାଷିମାନେ ସେମାନଙ୍କ ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଏଭଳି ସ୍ଥଳରେ ଖଣି ଖନନ କରି ଲୋକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥାକୁ ଧ୍ୱଂସ କରିବା ପାଇଁ ଉଦ୍ୟମ କରାଯିବ ଉଚିତ ନୁହେଁ । ଅବାରିତ ଖଣି ଖନନ ଉଦ୍ୟମ ବନ୍ଦ ହେବା ଆବଶ୍ୟକ । ବିନା ଗ୍ରାମ ସଭା ଓ ପଲ୍ଲୀ ସଭାର ଅନୁମୋଦନରେ କୌଣସି କଂପାନି ଏଭଳି ଖଣି ଲିଜ୍ ଦିଆଯିବା ସଂପୂର୍ଣ୍ଣ ରୂପେ ସମ୍ବିଧାନ ବିରୋଧୀ ଅଟେ । ତେଣୁ ବୁଦ୍ଧିଜୀବି, ଜନସାଧାରଣ, ବିଭିନ୍ନ ଜନ ସଂଗଠନ ର ପ୍ରତିନିଧି ଓ ନିର୍ବାଚିତ ପ୍ରତିନିଧିମାନେ ଏଭଳି ଉଦ୍ୟମ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ।
ଏ ସମ୍ପର୍କରେ ବ୍ୟାପକ ଯୋଜନା କରିବା ପାଇଁ ଓ ସାଲେପାଲି ସମେତ ବିଭିନ୍ନ ମାଇନିଂଗ ବ୍ଲକ ଅଂଚଳର ଖଣି ଖନନ ସଂପର୍କିତ ସବିଶେଷ ବିବରଣୀ ଆଣିବା ପାଇଁ କୋସଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଖୁବ୍ ଶିଘ୍ର ଏକ କମିଟି ସଂପୃକ୍ତ ଅଂଚଳ କୁ ଯିବେ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ନିର୍ଦ୍ଧର୍ାରିତ କରିବେ । ସାଲେପାଲି ସମେତ ବଲାଙ୍ଗିର ଜିଲ୍ଲା ଓ କୋସଳାଂଚଳ ର ପ୍ରସ୍ତାବିତ ଖଣି ଖନନ ଯୋଜନା ସଂପର୍କରେ ସରକାର ତୁରନ୍ତ ଏକ ଶ୍ୱେତପତ୍ର ଜାରି କରିବାକୁ ତଥା ତୁରନ୍ତ ଖଣି ଖନନ ନିଷ୍ପତି ବନ୍ଦ କରିବାକୁ , ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ନିଷ୍ପତିର ପୁନଃ ସମିକ୍ଷା କରନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତି ର କେନ୍ଦ୍ରିୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏଥିରେ ଉଲ୍ଲେଖଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲାର ଲୋୟର ସୁକତେଲ ପ୍ରକଳ୍ପ ର ଉଭୟ ପାଶ୍ୱର୍ରେ ଥିବା ପାଟଣାଗଡ ଓ ଲୋଇସିଂହା ନିର୍ବାଚନ ମଣ୍ଡଳିରେ ୯ଟି ମାଇନିଂଗ ବ୍ଲକ ଠାବ କରାଯିବା ସହ ଏ ଅଂଚଳର ଲୋକଙ୍କୁ ବିସ୍ଥାପିତ କରି ବ୍ୟାପକ ଖଣି ଖନନର କରିବାର ଯୋଜନା ହେଉଥିବାର ସମ୍ବାଦ ଦୃଷ୍ଟିକୁ ଆସିଛି । ଯଦି ଏହା ସତ୍ୟ ତାହେଲେ ସାଂଘାତିକ । ବିକାଶ ନାଁ ରେ ବ୍ୟାପକ ଖଣି ଖନନ କରି ପରିବେଶ କୁ ଧ୍ୱଂସ କିମ୍ବା ବ୍ୟାପକ ବିସ୍ଥାପନ କରିବା ଏକ ଜନ ମଙ୍ଗଳ ରାଷ୍ଟ୍ରର ଉଦ୍ଦେଶ୍ୟ ନୁହେଁ । ତେଣୁ ବିକାଶ ନାଁ ରେ ହେଉଥିବା ବିନାଶ କବଳରୁ ଦେଶକୁ ରକ୍ଷା କରି ଗ୍ରାମ ସଭାମାନଙ୍କୁ ସିଡୁଲଡ୍ ଏରିଆ ରେ୧୯୯୬ ମସିହାରୁ ପାର୍ଲ୍ୟାମେନ୍ଟ ରେ ଆଇନ ପ୍ରଣୟନ କରି ପେଶା ଏକ୍ଟ ୧୯୯୬ ଅନୁମୋଦନ କରାଯାଇଛି । କିନ୍ତୁ ଆଜି ଯାଏଁ ଏହି ଏକ୍ଟ କୁ ସମ୍ପୁର୍ଣ୍ଣ ଭାବରେ ଲାଗୁ କରାଯାଇନଥିବା ବେଳେ ବଲାଙ୍ଗିର ଜିଲ୍ଲା ଓ କୋସଳାଂଚଳରେ ଏଭଳି ଖଣିଖନନ କରା ନ ଯାଉ ବୋଲି ଶ୍ରୀ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟର ଖଣି ମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।ଆଜିର ସାଂବାଦିକ ସମ୍ମିଳନୀ ଯାହାବି ବଲାଙ୍ଗିର ସାଂବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ କୋସଲବାଦୀ ନେତା, ଅବଦୁଲ ଜମାଲ ଖାନ, ଶରତ ଚନ୍ଦ୍ର ହୋତା, ରବି ଶଙ୍କର ମିଶ୍ର ଓ ରଣରାଜ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ