ନବୀନଙ୍କ ସଫଳ ଅସ୍ତ୍ରୋପଚାର କାମନା କରି ବିଜେଡି ପକ୍ଷରୁ ପୂଜାର୍ଚ୍ଚନା
ଭୁବନେଶ୍ୱର, 22 ଜୁନ୍ (ହି.ସ.) - ନବୀନଙ୍କ ସଫଳ ଅସ୍ତ୍ରୋପଚାର କାମନା କରି ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ବିଜେଡ଼ି କର୍ମୀ । ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କର ଅପରେସନ ହେବ । ଅସ୍ଥିମଜାଗତ ସମସ୍ୟା ଜ
ନବୀନଙ୍କ ସଫଳ     ଅସ୍ତ୍ରୋପଚାର କାମନା କରି ବିଜେଡି ପକ୍ଷରୁ ପୂଜାର୍ଚ୍ଚନା


ଭୁବନେଶ୍ୱର, 22 ଜୁନ୍ (ହି.ସ.)

- ନବୀନଙ୍କ ସଫଳ

ଅସ୍ତ୍ରୋପଚାର କାମନା କରି ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ବିଜେଡ଼ି

କର୍ମୀ । ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କର ଅପରେସନ

ହେବ । ଅସ୍ଥିମଜାଗତ ସମସ୍ୟା ଜନିତ ଅସ୍ତ୍ରୋପଚାର ହେବାକୁ ଥିବା ବେଳେ ଏହି ଅସ୍ତ୍ରୋପଚାର ସଫଳ

ହେବା ସାଙ୍ଗକୁ ସେ ସୁସ୍ଥ ହୋଇ ଶୀଘ୍ର ଫେରନ୍ତୁ ବୋଲି କାମନା କରିଛନ୍ତି କର୍ମୀ। ଆଜି ବରିଷ୍ଠ

ବିଜେଡ଼ି ନେତା ଅଶୋକ ପଣ୍ଡା, ଦେବୀ

ମିଶ୍ର, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଦୀପ ପ୍ରଜ୍ବଳନ କରି ପ୍ରଭୁ ଲିଙ୍ଗରାଜ ଓ

ମାତା ଭୁବନେଶ୍ୱରୀଙ୍କ ପାଖରେ ଶୁଭ ମନାସିଛନ୍ତି । ଏହି ଅବସରରେ ବରିଷ୍ଠ ବିଜେଡ଼ି ନେତା ଦେବୀ

ମିଶ୍ର କହିଛନ୍ତି ଖୁବ ଶୀଘ୍ର ଆମ ନେତା ଫେରିବେ ଓ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande