ଭୁବନେଶ୍ୱର, 22 ଜୁନ୍ (ହି.ସ.)- ଆମେରିକା
ମାର୍ଗଦର୍ଶିକା ନେଇ ବର୍ଷିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭାରତର ୬ଟି ରାଜ୍ୟକୁ
ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଇଛି ଆମେରିକା । ଆମେରିକାର ବୈଦେଶିକ ମନ୍ତ୍ରଣାଳୟର
ଭ୍ରମଣ ଚେତାବନୀ ତାଲିକାରେ ଓଡ଼ିଶା ରହିଛି ।
ଯାହାକୁ ନେଇ ବର୍ଷିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ସେ କହିଛନ୍ତି ଯେ, ଆମେରିକାରେ
କଣ କିଛି ବିଶୃଙ୍ଖଳା ହେଉନି । ସେଠି ତ ଦଙ୍ଗା ହେଉଛି। ଆମେରିକାରେ ଗୁଳିକାଣ୍ଡ ଘଟୁଛି। ଟ୍ରମ୍ପଙ୍କ
ଉପରେ କଣ ଆକ୍ରମଣ ହୋଇନି ନା ହ୍ୱାଇଟ ହାଉସ ଉପରେ ଆକ୍ରମଣ ହୋଇନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଓଡିଶା
ଏକ ଶାନ୍ତି ପ୍ରିୟ ରାଜ୍ୟ। ଏଭଳି ପରିବେଶ ପୃଥିବୀରେ ମିଳିବନି। କାଁଭାଁ ସମସ୍ୟା ଲାଗିରହିବ। ଆମେ ତାକୁ ଦୃଢ଼ ହସ୍ତରେ
ଦମନ କରୁଛୁ। ଅପରାଧିକ କାର୍ଯ୍ୟକଳାପକୁ ଆମ ସରକାର ଆଦୌ ବରଦାସ୍ତ କରୁନାହିଁ। କାର୍ଯ୍ୟାନୁଷ୍ଠାନ
ନିଆଯାଉଛି। ଓଡ଼ିଶାରେ ଆମେ ସମସ୍ତେ ଶାନ୍ତିରେ ଅଛୁ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା