ଗ୍ୱୌହାଟୀ 23 ଜୁନ (ହି.ସ)- କାମାକ୍ଷା ଧାମରେ ଚାଲିଥିବା ଅମ୍ବୁବାସୀ
ମେଳାର ଦ୍ୱିତୀୟ ଦିନ ସୋମବାର ଭକ୍ତଙ୍କ ଏକ ବିରାଟ ଭିଡ ଜମିଛି।ଦେଶ ସାରାରୁ ଲକ୍ଷ ଲକ୍ଷ ଭକ୍ତ
ମା କାମାକ୍ଷା କ୍ଷେତ୍ରରେ ପୁଜାରେ ମଗ୍ନ ହୋଇଯାଇଛନ୍ତି।ଭକ୍ତ ,ତାନ୍ତ୍ରିକ ଏବଂ ସାଧୁଙ୍କ
ଗୋଷ୍ଠୀ ପର୍ବ ସହ ଜଡିତ ପାରମ୍ପରିକ ପଦ୍ଧତି ଅନୁସରଣ କରି ବିଶେଷ ପୁଜାର୍ଚ୍ଚନ
କରୁଛନ୍ତି।ମନ୍ଦିର ପରିଚାଳନା ଏବଂ ପ୍ରଶାସନ ସୁଗମ ଦର୍ଶନ ସୁନିଶ୍ଚିତ କରିବା ପାଇଁ ଅତିର୍କ୍ତ
ସୁରକ୍ଷାକର୍ମୀଏବଂ ସ୍ୱେଚ୍ଛାସେବକମାନଙ୍କୁ ନିୟୋଜିତ
କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ ଏହି ମେଳା ତାନ୍ତ୍ରିକ ସାଧନା ଏବଂ ଆଧ୍ୟତ୍ମିକ ଶକ୍ତି ପାଇଁ
ପ୍ରସିଦ୍ଧ ଏବଂ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଥିରେ ଅଂଶଗ୍ରହଣ କରନ୍ତି।ରବିବାର ଦିନ
ପ୍ରବୃତ୍ତି ସହିତ ମା କାମାକ୍ଷା ମନ୍ଦିରର ପଟ ଦର୍ଶନ ଏବଂ ପୁଜା ପାଇଁ ବନ୍ଦ ହେବା ପରେ ସାଧନା
ଆରମ୍ଭ ହୋଇଛି।ଅମ୍ବୁବାସୀ ମେଳାରେ ବିଶ୍ୱାସ ଏବଂ ପ୍ରକୃତିର ଚକ୍ରର ଏକ ଅଦ୍ଭୁତସଙ୍ଗମ ଦେଖିବାକୁ ମିଳେ। ଶକ୍ତିର ଉପାସନା ଏବଂ
ତାନ୍ତ୍ରିକ ପରମ୍ପରାର ଜୀବନ୍ତପ୍ରତୀକଅମ୍ବୁବାସୀ ମେଳାରେ ଆୟୋଜିତ ମା କାମାକ୍ଷା
ଧାମ,ଗୁୱାହାଟୀରେ ପୁର୍ଣ୍ଣ ନିଷ୍ଠାର ସହିତ ଚାଲିଛି।ଏହି ମେଳା କେବଳ ଧାର୍ମିକ ମାନ୍ୟତାର
କେନ୍ଦ୍ର ନୁହେଁ ବରଂ ସାଂସ୍କୃତିକ ବିବିଧତା ଏବଂ ଅର୍ଥବ୍ୟବସ୍ଥା ପାଇଁ ମଧ୍ୟ ଗୁରୁତ୍ୱପୁର୍ଣ୍ଣ
ହୋଇଆସିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା