ନୂଆଦିଲ୍ଲୀ, 23 ଜୁନ୍ (ହି.ସ.)
- ଭାରତୀୟ ଜନସଂଘର
ପ୍ରତିଷ୍ଠାତା ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଆଜି ତାଙ୍କର ବଳିଦାନ ଦିବସରେ କୃତଜ୍ଞ ଜାତି
ସ୍ମରଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଡ. ମୁଖାର୍ଜୀଙ୍କୁ
ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ତାଙ୍କର ଏକ୍ସହ୍ୟାଣ୍ଡେଲରେ
ଲେଖିଛନ୍ତି ଯେ,ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କର ବଳିଦାନ ଦିବସରେ କୋଟି କୋଟି
ନମନ। ସେ ଦେଶର ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ପାଇଁ ଅତୁଳନୀୟ ସାହସ ଓ ପୁରୁଷାର୍ଥର ପରିଚୟ
ଦେଇଥିଲେ। ରାଷ୍ଟ୍ର ନିର୍ମାଣରେ ତାଙ୍କ ଅମୂଲ୍ୟ ଅବଦାନ ସର୍ବଦା ଶ୍ରଦ୍ଧାପୂର୍ଣ୍ଣ ଭାବରେ ସ୍ମରଣ
କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା