ଜାମ୍ମୁ 24 ଜୁନ (ହି.ସ)-
ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ
ଚଳାଚଳ ସୁରୁଖୁରୁରେ ଚାଲିଛି।ଆଜି ଛୋଟ ଯାନବାହାନ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରୁ ବଡ
ଯାନବାହାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଚଳାଚଳ କରିବାକୁ ଅନୁମତି ଦିଆଯାଉଛି।ଟ୍ରାଫିକ
ବିଭାଗର ଅଧିକାରୀ କହିଛନ୍ତି ଯେ ଜାମ୍ମୁ -ଶ୍ରୀନଗର
ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ
ଭାବରେ ଜାରି ରହିଛି।ଛୋଟ ଯାନଗୁଡିକୁ ସେମାନଙ୍କ ଲେନରେ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ
କୌଣସି ମଧ୍ୟ ଯାନବାହାନକୁ ଦ୍ରୁତ ଗତିରେ ଚଳାଇବାକୁ କିମ୍ବା ଓଭରଟେକ ନ କରିବାକୁ ପରାମର୍ଶ ଦିଆଯାଇଛି।ଯାହାଦ୍ୱାରା
ରାଜପଥରେ ଜାମର ପରିସ୍ଥିତି ଉତ୍ପନ ନ ହୁଏ।ଏହି ସମୟରେ ଛୋଟ ଯାନବାହାନକୁ ଜାମ୍ମୁରୁ ଶ୍ରୀନଗର
ଏବଂ ଶ୍ରୀନଗରରୁ ଜାମ୍ମୁ ଉଭୟ ପାର୍ଶ୍ୱରୁ
ପଠାଯାଉଥିବାବେଳେ ବଡ ଯାନବାହାନଗୁଡିକୁ କେବଳ ଜାମ୍ମୁରୁ ଶ୍ରୀନଗର ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା