ଜରୁରୀକାଳର 50ତମ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ, ଯୋଗ ଦେବେ ଆରଏସଏସ ସରକାର୍ଯ୍ୟବାହ ହୋସବାଲ ଓ କେନ୍ଦ୍ରମନ୍ତ୍ରୀ ଗଡକାରୀ
ନୂଆଦିଲ୍ଲୀ, 24 ଜୁନ୍ (ହି.ସ.)-''ହିନ୍ଦୁସ୍ଥାନ ସମାଚାର'' ବହୁଭାଷୀ ସଂବାଦ ଏଜେନ୍ସି ଜରୁରୀକାଳର ୫୦ତମ ବାର୍ଷିକୀ ଉପଲକ୍ଷେ ଦିଲ୍ଲୀର ଡ଼ଃ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ
ଜରୁରୀ କାଳୀନ ପରିସ୍ଥିତି କାର୍ଯ୍ୟକ୍ରମ


ନୂଆଦିଲ୍ଲୀ, 24 ଜୁନ୍ (ହି.ସ.)-'ହିନ୍ଦୁସ୍ଥାନ ସମାଚାର' ବହୁଭାଷୀ ସଂବାଦ ଏଜେନ୍ସି ଜରୁରୀକାଳର ୫୦ତମ ବାର୍ଷିକୀ

ଉପଲକ୍ଷେ ଦିଲ୍ଲୀର ଡ଼ଃ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏକ କାର୍ଯ୍ୟକ୍ରମ ଆୟୋଜନ

କରିବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ

ଦତ୍ତାତ୍ରେୟ ହୋସବାଲେ ଓ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡକରୀ ଯୋଗ ଦେବେ।

'ସଂବିଧାନ ହତ୍ୟା ଦିବସ' ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଜରୁରୀକାଳର କଳା ଅଧ୍ୟାୟର ସ୍ମୃତି, ଶିକ୍ଷା ଓ ବାର୍ତ୍ତାକୁ କେନ୍ଦ୍ରରେ ରଖି ସଂଵାଦ ଓ ଚର୍ଚ୍ଚା

ହେବ। ଏହି କାର୍ଯ୍ୟକ୍ରମରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ଅଧ୍ୟକ୍ଷ ଓ 'ହିନ୍ଦୁସ୍ଥାନ ସମାଚାର' ର ଗ୍ରୁପ ସମ୍ପାଦକ ପଦ୍ମଭୂଷଣ ରାମବହାଦୁର ରାଏ, ରାଷ୍ଟ୍ରୀୟ ସ୍ୱାଭିମାନ ଆନ୍ଦୋଳନର ପ୍ରତିଷ୍ଠାତା ଅଧ୍ୟକ୍ଷ

କେ.ଏନ୍. ଗୋବିନ୍ଦାଚାର୍ଯ୍ୟଙ୍କ ପରି ପ୍ରମୁଖ ବିଚାରକ ଓ ଜରୁରୀକାଳର ସାକ୍ଷୀମାନେ ନିଜ ଅନୁଭବ ବାଂଟିବେ

କାର୍ଯ୍ୟକ୍ରମରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ତତ୍ତ୍ୱାବଧାନରେ ଜରୁରୀକାଳ ଉପରେ

ଆଧାରିତ ଏକ ପ୍ରଦର୍ଶନୀ ଓ ଏକ କ୍ଷୁଦ୍ର ଫିଲ୍ମ ପ୍ରଦର୍ଶନ କରାଯିବ। ଏହା ମାଧ୍ୟମରେ ଯୁବପିଢ଼ି

ସେହି ସମୟର ରାଜନୈତିକ ଓ ସାମାଜିକ ପରିସ୍ଥିତି ସହିତ ପରିଚିତ ହେବାର ସୁଯୋଗ ପାଇବ। ଏହା ସହିତ 'ହିନ୍ଦୁସ୍ଥାନ ସମାଚାର' ର ପାକ୍ଷିକ ପତ୍ରିକା 'ଯୁଗବାର୍ତ୍ତା' ଓ ମାସିକ ପତ୍ରିକା 'ନବୋତ୍ଥାନ' ର ଜରୁରୀକାଳ ଉପରେ ଆଧାରିତ ବିଶେଷାଙ୍କର

ଉନ୍ମୋଚନ କରାଯିବ।

ହିନ୍ଦୁସ୍ଥାନ ସମାଚାରର ମୁଖ୍ୟ ସମନ୍ୱୟକ ରାଜେଶ ତିୱାରୀ କହିଛନ୍ତି ଯେ, କାର୍ଯ୍ୟକ୍ରମରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଦତ୍ତ ସଂବିଧାନର ଗୁରୁତ୍ୱ

ଉପରେ ଆଲୋଚନା ହେବ। ଏହା ସହିତ ଜରୁରୀକାଳ ସମୟରେ ସଂବିଧାନକୁ ଅଣଦେଖା କରିଥିବା ଘଟଣାମାନ ଓ ତା'ପରେ ଘଟିଥିବା ସଂବିଧାନିକ ପୁନର୍ସ୍ଥାପନ ଉପରେ ମଧ୍ୟ ବିଚାର ପ୍ରସ୍ତୁତ କରାଯିବ। ଏହି

କାର୍ଯ୍ୟକ୍ରମରେ ଶିକ୍ଷାବିଦ୍, ଗବେଷକ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ସଂସ୍ଥାର ପ୍ରବୁଦ୍ଧ ବ୍ୟକ୍ତିମାନେ ବହୁ

ସଂଖ୍ୟାରେ ଅଂଶଗ୍ରହଣ କରିବେ।

କାର୍ଯ୍ୟକ୍ରମର ଅଧ୍ୟକ୍ଷତା 'ହିନ୍ଦୁସ୍ଥାନ ସମାଚାର' ର ଅଧ୍ୟକ୍ଷ ଅରବିନ୍ଦ ଭାଲଚନ୍ଦ୍ର ମାର୍ଡିକର କରିବେ। ଇନ୍ଦିରା ଗାନ୍ଧୀ ଜାତୀୟ କଳା

କେନ୍ଦ୍ରର ସଦସ୍ୟ ସଚିବ ଡ଼. ସଚ୍ଚିଦାନନ୍ଦ ଜୋଶୀ ସ୍ୱାଗତ କରିବେ। ଡ଼. ଆମ୍ବେଦକର

ଇଣ୍ଟରନ୍ୟାସନାଲ ସେଣ୍ଟରର ନିର୍ଦ୍ଦେଶକ ଆକାଶ ପାଟିଲ୍ ଧନ୍ୟବାଦ ଜ୍ଞାପନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande