କଳିଙ୍ଗ ଷ୍ଟାଡିୟମ୍ ରେ ବେଆଇନ ମାଦକ କାରବାର ବିରୋଧରେ ୱାକାଥନ
ଭୁବନେଶ୍ୱର, ୨୬ ଜୁନ (ହି.ସ.)- ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ କାରବାର ବିରୋଧରେ ପ୍ରଥମ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମର ଶେଷଦିନରେ ଏକ ଗ୍ରାଣ୍ଡ ୱାକାଥନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନ ବେଆଇନ ମାଦକ ଦ୍ରବ୍ୟର ବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବା ନେଇ ଆୟ
କଳିଙ୍ଗ ଷ୍ଟାଡିୟମ୍ ରେ ବେଆଇନ ମାଦକ କାରବାର ବିରୋଧରେ ୱାକାଥନ


ଭୁବନେଶ୍ୱର, ୨୬ ଜୁନ (ହି.ସ.)- ଅବକାରୀ ବିଭାଗ ପକ୍ଷରୁ ବେଆଇନ ମାଦକ କାରବାର ବିରୋଧରେ ପ୍ରଥମ ପର୍ଯ୍ୟାୟ ସଚେତନତା କାର୍ଯ୍ୟକ୍ରମର ଶେଷଦିନରେ ଏକ ଗ୍ରାଣ୍ଡ ୱାକାଥନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ୱାକାଥନ ବେଆଇନ ମାଦକ ଦ୍ରବ୍ୟର ବ୍ୟବହାର ଓ ଅବୈଧ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବା ନେଇ ଆୟୋଜିତ ଏହି ୱାକାଥନ ଆଜି ସକାଳ ୬.୩୦ରୁ କଳିଙ୍ଗ ଷ୍ଟାଡିଅମର ଗେଟ୍ ନମ୍ବର ୪ରୁ ଆରମ୍ଭ ହୋଇ ଜନତା ମୈଦାନ ପର୍ଯ୍ୟନ୍ତ ଯାଇଥିଲା ।

ଏହି ୱାକାଥନକୁ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉଦ୍‌ଘାଟନ କରି କହିଲେ ଯେ ବର୍ତମାନର ଯୁବସମାଜକୁ ବେଆଇନ ମାଦକ ଦ୍ରବ୍ୟ କବଳରୁ ଦୂରେଇ ରଖି ଏକ ସୁସ୍ଥ ଓ ନିରାମୟ ସମାଜ ଗଠନ କରିବା ଆମର ଲକ୍ଷ୍ୟ । ଏଣୁ ସବୁବର୍ଗର ଲୋକଙ୍କୁ ନେଇ ବେଆଇନ ମାଦକ ଦ୍ରବ୍ୟ ବିରୋଧରେ ବର୍ଷବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

ଉତ୍ସବରେ ବିଭାଗର କମିଶନର ତଥା ଆୟୁକ୍ତ ଗୁହା ପୁନମ ତାପସ କୁମାର, ଅବକାରୀ କମିଶନର ଧର୍ମେନ୍ଦ୍ର ମଲ୍ଲିକ, ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃର ପରିଚାଳନା ନିର୍ଦ୍ଦେଶକ ଅମ୍ବର କରଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ମୋକ୍ଷ ଡାନ୍ସ ଗ୍ରୁପ୍ ପକ୍ଷରୁ ‘ ଆମ ସଂକଳ୍ପ’ ନାମକ ଅଭିଯାନ ସଂଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି ପରେ ଲିପ୍‌ସା ଗ୍ରୁପ୍ ଦ୍ୱାରା ନିଶା ମୁକ୍ତି ଉପରେ ଏକ ନାଟକ ପରିବେଷିତ ହୋଇଥିଲା । ଶେଷରେ ‘ଭିଗ୍‌ନାଞ୍ଜ ବ୍ୟାଣ୍ଡ’ ଦ୍ୱାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।

ସୂଚନା ଯୋଗ୍ୟ ଯେ ୨୦୨୫ ମେ ୩୧ରୁ ଆରମ୍ଭ ହୋଇଥିବା ଏହି ମାସବ୍ୟାପୀ ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande