ଜୟପୁର, ୨୭ ଜୁନ୍ (ହି.ସ.) - ରାଜ୍ୟ ଆଇନ ସେବା ପ୍ରଧିକରଣ, କଟକ ଙ୍କ ନିର୍ଦ୍ଦେଶ ଅନୁଶାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ- ଜୟପୁର ଆନୁକୂଲ୍ୟରେ ରଥ ଯାତ୍ରା ଉପଲକ୍ଷେ ଶାବର ଶ୍ରୀକ୍ଷେତ୍ର, କୋରାପୁଟ ନିକଟସ୍ଥ ମାଉସି ମା ମନ୍ଦିର ପ୍ରାଙ୍ଗଡରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ପ୍ରଦୀପ କୁମାର ମହନ୍ତଙ୍କ ତତ୍ୱାବଧାନରେ ଆଇନ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଅଇନ ସହାୟତା କେନ୍ଦ୍ରକୁ ତାଲୁକା ଲିଗାଲ କମିଟି କୋରାପୁଟ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦୀପକ ରଞ୍ଜନ ସାହୁ ଆନୁଷ୍ଠାନିକ ଭାବରେ ଉଦ୍ଘଟନ କରିଥିଲେ। ଉଦ୍ଘାଟନ ଶିବିରି ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ପେସିଆଲ ଜଜ ପୋକ୍ସ କୋର୍ଟ ଜୟପୁର ଡଃ.ସଂଘମିତ୍ରା ଦାସ, ମୁଖ୍ୟ ବିଚାର ବାଭାଗ ଦଣ୍ଡଧିକାରୀ,ଜୟପୁର ଏସ. ଶୁଭଲକ୍ଷ୍ମୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବିଚାପତି ଶ୍ରୀମତୀ ପ୍ରୋଦ୍ୟମୟୀ ସୁଜତା, ବରିଷ୍ଟ ଦେୱନୀ ବିଚାରପତି (ମହିଳା କୋର୍ଟ) ଜୟପୁର ଶ୍ରୀମତୀ ଅଳକାନନ୍ଦା ମହାନ୍ତି, ଏସ.ଡି.ଜେ.ଏମ୍ କୋରାପୁଟ ଶ୍ରୀ ଚନ୍ଦନ ଦାସ, ସସ୍ପେସିଆନ ଜେ.ଏମ, ଗୟାଧର ପାଣିଗ୍ରାହୀ, କୋରାପୁଟ ମୁନସିପ୍ ସୁଦାବାଇ ଅଗ୍ରୱାଲ୍, ଦ୍ୱିତୀୟଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକାରୀ କୁମାରୀ ପ୍ରଜ୍ଞାସୁମନ ମହାପାତ୍ର, ଦୀକ୍ଷ୍ମ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ତାସହିତ ଜିଲ୍ଲା ଆଇନ ସେବାପ୍ରାଧିକରଣ, କର୍ମଚାରୀ ବୃନ୍ଦ, କୋରାପୁଟ ବିଚାରବିଭାଗୀୟ କର୍ମଚାରୀ ବୃନ୍ଦ, ପାରାଲିଗାଲ ସ୍ୱେଚ୍ଛାସେବୀ, ପଲିସପ୍ରଶାସନ ଉପସ୍ଥିତ ରହିଥିଲେ। ଆଇନ ସହାୟତା କେନ୍ଦ୍ର ରଥଯାତ୍ରା ଠୁ ପ୍ରାୟ ସାତଦିନ ପର?୍ୟ୍ୟନ୍ତ ନିରନ୍ତର ଓ ମାଗଣଆ ଆଇନ ସହାୟତା ଯୋଗାଇଦେବା ରେ ସହାୟତା କରିବ ଯେଉଁ ଥିରେ ପ୍ରତି ଦିନ ପାରାଲିଗାଲ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଜନସାଧାରଣ ମାନଙ୍କୁ ବିଭିନ୍ନ ଆଇନ ଗତ ସମସ୍ୟା ଯେପରି ବିନା ମୂଲ୍ୟରେ ଆଇନ ସହାୟତା ଓ ପରାମର୍ଶ ନିମନ୍ତେ ଜାତୀୟ ଆଇନ ସେବା ପ୍ରାଧିକରଣର ହେଲ୍ପଲାଇନ୍ ନମ୍ବର-୧୫୧୦୦, ସମ୍ମୁଖ କାର୍ଯ୍ୟାଳୟ, ଆଇନ ସେବାପ୍ରାଧିକରଣ କାର୍ଯ୍ୟକାରିତା ଓ ଉପକାରିତା ସମ୍ପର୍କରେ ସୂଚନା ଦିଆଯାଇ ସଚେତନତା କରିବା। ଆଇନ ସହାୟତା ପରିଦର୍ଶନ କରୁଥିବା ଲୋକମାନଙ୍କୁ ପ୍ରଚାରପତ୍ର ଦେଇ ଲୋକମାନଙ୍କୁ ଅବଗତ କରାଯିବ। ଲୋକମାନଙ୍କୁ ସହଜ ଉପାୟ ମାଧ୍ୟମରେ ନିଜର ଅସୁବିଧା ଜଣାଇପାରିବେ ଏବଂ ଆଇନଗତ ସମସ୍ୟାରୁ ମୁକ୍ତ ହୋଇପାରିବେ କୋର୍ଟ କଚେରି, ଥାନା, ସରକାରୀ କାର୍ଯ୍ୟାଳୟ ଗୁଡିକରେ ନିଜର ମୌଳିକ ଅଧିକାର ପାଇପାରିବେ ସେ ସମ୍ପର୍କରେ ସଚିବ ଶ୍ରୀମତି ପି.ସୁଜତା ଜନସାଧାରଣଙ୍କୁ ଅବଗତ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି