କେନ୍ଦ୍ରାପଡ଼ା, ୨୭ ଜୁନ୍(ହି.ସ.) – କେନ୍ଦ୍ରାପଡ଼ାର ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ହିବାବ ରକ୍ଷକ ପ୍ରିୟ ରଞ୍ଜନ ପ୍ରତିହାରୀଙ୍କର ଦୀର୍ଘ ୩୪ବର୍ଷ ଉକ୍ତ ମହାବିଦ୍ୟାଳୟରେ ନିବରଚ୍ଛିନ୍ନ ସେବା ପରେ ଅବସର ନେଉଥିବାରୁ ଅନୁଷ୍ଠାନ ତରଫରୁ ଏକ ସମ୍ବର୍ଦ୍ଧନା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ, ଅଧ୍ୟାପକ ଓ ସହକର୍ମୀମାନଙ୍କ ସହ ପରିଚାଳନା କମିଟିର ସଦସ୍ୟ ଗୌତମ ଚରଣ ପଟ୍ଟନାୟକ, ଅବସର ପ୍ରାପ୍ତ ଶ୍ରୀ ପତିହାରୀଙ୍କର ସାଧୁତା, ସରଳତା ଓ ନିଷ୍ଠାପରତା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଶେଷରେ ପରିଚାଳନା କମିଟିର ସଭାପତି ସୁଜିତ କୁମାର ମହାନ୍ତିଙ୍କର ପ୍ରଦକ୍ତ ଏକ ଶୁଭେଚ୍ଛା ବାର୍ତା ସହ ଶ୍ରୀ ପ୍ରତିହାରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି