ନୂଆଦିଲ୍ଲୀ, 27 ଜୁନ୍ (ହି.ସ.)- ଆଜି ହେଉଛି
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଅବସରରେ ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭଗବାନ
ଜଗନ୍ନାଥଙ୍କ ରଥଯାତ୍ରାର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଅନେକ ଶୁଭକାମନା ।
ଶ୍ରଦ୍ଧା ଓ ଭକ୍ତିର ଏହି ପବିତ୍ର ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଓ
ଉତମ ସ୍ୱାସ୍ଥ୍ୟ ଆଣୁ, ଏହାହିଁ କାମନା । ଜୟ ଜଗନ୍ନାଥ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା