ମାଲକାନଗିରି, ୯ ଜୁନ୍ (ହି.ସ.) - ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ପଂଚାୟତ ଅନ୍ତର୍ଗତ ଲୋଚେର ବଣ୍ଡା ସମାଜ ଗୃହ ଠାରେ ବଣ୍ଡା ସମାଜ ତରଫରୁ ସହିଦ ଭଗବାନ ବିର୍ସାମୁଣ୍ଡା ଙ୍କ ୧୨୫ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ କଦମଗୁଡା, ରାସବେଡା, ମୁଦୁଲିପଡ଼ା, ଅଣ୍ଡାରାହାଲ ଆଦି ପଂଚାୟତର ପ୍ରାୟ ୨୦ ଜଣ ଗ୍ରାମର ନାୟକ ଯୋଗଦେଇଥିବା ବେଳେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ସୀସା, କଦମଗୁଡା ସରପଂଚ ସୂର୍ଯ୍ୟ ଜିଗିଡି ଏବଂ ବଣ୍ଡା ସମାଜ ସଭାପତି ମୁକୁନ୍ଦମାଝି ଯୋଗଦେଇ ଆଦିବାସୀ ସମାଜ ପ୍ରତି ସହିଦ ବିର୍ସା ମୁଣ୍ଡା ଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ