ଜୟପୁର, ୯ ଜୁନ୍ (ହି.ସ.) - କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ରେ ଅନେକ ଭିନ୍ନକ୍ଷମ ରହିଛନ୍ତି, ଯେଉଁ ମାନେ ଶତକଡା ୮୦ ପ୍ରତିଶତ ଭିନ୍ନକ୍ଷମ ଅଛନ୍ତି। ସେମାନଙ୍କ ଆଧାର କାର୍ଡ କରିବା ପାଇଁ ବିଭିନ୍ନ ସମସ୍ୟା ଉପୁଜୁଥିବା ଦେଖାଯାଉଛି। କାରଣ ସେମାନଙ୍କର କାହାର ଆଙ୍ଗୁଠି ମୁଦ୍ରଣ ଚିହ୍ନଟ ହେଉନଥିବା ବେଳେ କାହାର ଆଖିର ପରିକ୍ଷଣ ହେଉ ନାହିଁ, ଯାହା ଦ୍ୱାରା ଆଧାର କାର୍ଡ କରିବା ବିଫଳ ହୋଇଯାଉଛି। ଫଳରେ ବୈପାରିଗୁଡାର ଭିନ୍ନକ୍ଷମ ମାନେ ସରକାରୀ ଯୋଜନାରୁ ବଂଚିତ ରହୁଛନ୍ତି। ଏଥି ନିମନ୍ତେ ଭିନ୍ନକ୍ଷମ ମାନେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଗୁହାରି ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି