ବଜ୍ରପାତ ଘଟି ଜଗନ୍ନାଥ ମନ୍ଦିର ଦଧିନଉତି ଓ ଶିବ ଲିଙ୍ଗର ଗର୍ଭ କ୍ଷତିଗ୍ରସ୍ଥ
ଭଦ୍ରକ, ୯ ଜୁନ୍ (ହି.ସ.) - ଗତ କିଛିଦିନ ଧରି ଭଦ୍ରକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ତେବେ ଆଜି କାଳବୈଶାଖୀ ଜନିତ ବର୍ଷା ସାଙ୍ଗକୁ କ୍ରମାଗତ ବଜ୍ରପାତ ହୋଇଥିଲା। ଏଥିରେ ଜିଲାର କିଛି ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ତେବେ ଭଦ୍ରକରେ ହ
BAJRAPATA GHATI JAGANNATH MANDIRA & SIBA LINGA KHYATIGRASTA


ଭଦ୍ରକ, ୯ ଜୁନ୍ (ହି.ସ.) - ଗତ କିଛିଦିନ ଧରି ଭଦ୍ରକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ତେବେ ଆଜି କାଳବୈଶାଖୀ ଜନିତ ବର୍ଷା ସାଙ୍ଗକୁ କ୍ରମାଗତ ବଜ୍ରପାତ ହୋଇଥିଲା। ଏଥିରେ ଜିଲାର କିଛି ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ତେବେ ଭଦ୍ରକରେ ହୋଇଥିବା ଏହି କାଳବୈଶାଖୀ ଯୋଗୁଁ ବଜ୍ରାପାତ ଘଟି ଭଦ୍ରକ ବ୍ଲକ୍ ଅଧୀନସ୍ଥ ହରିପୁର ପଂଚାୟତର ଜଗନ୍ନାଥ ମନ୍ଦିରଟିର ଦଧିନଉତିର କିଛି ଅଂଶ ଫାଟିଯାଇଥିବାବେଳେ ପାଶ୍ୱର୍ରେ ଥିବା ଶିବମନ୍ଦିରର ଲିଙ୍ଗର ଗର୍ଭ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବାବେଳେ ଏହା ଏକ ଅଶୁଭ ସଂକେତ ବୋଲି ଚର୍ଚ୍ଚା ହେଉଛି। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande