ସମ୍ବଲପୁର, ୦୯ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଳା ଧନକଉଡ଼ା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଗ୍ରାମରେ ଓଡ଼ିଶା ସରକାରଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନ୍ତର୍ଗତ କୃଷି ରଥକୁ ସ୍ୱାଗତ କରାଯାଇଥିଲା। ଏଥି ସହିତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନା ବିଷୟରେ ବିଶାଲଖିଣ୍ଡା ଓ ଆଖପାଖ ଗ୍ରାମର ଲୋକଙ୍କୁ ସଚେତନ କରାଯାଇଥିଲା । ସିଫା ନିର୍ଦ୍ଦେଶକ ପ୍ରମୋଦ ସାହୁ, ସିଫା ବୈଜ୍ଞାନିକ ଅବିନାଶ ରସେଲ, ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ଼। ମୋନାଲିସା ପ୍ରଧାନ, ଡ଼. ଆଦିତ୍ୟ କିରଣ ପଢିଆରୀ, ଧନକଉଡ଼ା ବ୍ଲକ କୃଷି ଅଧିକାରୀ ସୁଭଶ୍ରୀ ପାଢୀ, ଧନକଉଡ଼ା ବ୍ଲକ ଅଧକ୍ଷ୍ୟା ପୁଷ୍ପାଞ୍ଜଳି ବେହେରା, ବିଶାଲଖିଣ୍ଡା ଗ୍ରାମ ପଂଚାୟତ ର ସରପଂଚ ସରିତା ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ଉନ୍ନତ ପ୍ରଣାଳୀରେ ମାଛ ଚାଷ , ଜୈବିକ ଚାଷ, ମୃତିକା ସଂରକ୍ଷଣ, ମୂଲ୍ୟଯୁକ୍ତ ଊତ୍ପାଦ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସତ୍ୟନାରାୟଣ ପ୍ରଧାନ, ପ୍ରଶାନ୍ତ ନାଗ, ଜୟନାରାୟଣ ସାହୁ, ସୁଧୀର ବାରିକ, ଦେବହୂତୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରକୃତିବନ୍ଧୁ ଦେବାଶିଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞପାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ