ଧାମନଗର ବିଜ୍ଞାପିତ ଅଂଚଳ ପରିଷଦରେ ହେଉନାହିଁ ପାରିଷଦ ବୈଠକ, ପାରିଷଦଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ
ଭଦ୍ରକ, ୯ ଜୁନ୍ (ହି.ସ.) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳ ପରିଷଦରେ ହେଉନାହିଁ ପାରିଷଦ ବୈଠକ। ପାରିଷଦଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ। ସୂଚନା ମୁତାବକ ଏହି ବିଜ୍ଞାପିତ ଅଂଚଳ ପରିଷଦରେ ଅଷ୍ଟମ ଅଧିବେଶନ ଯାହାକି ମାର୍ଚ୍ଚ ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ନବମ ଅଧିବେଶନ କରିବା ପାଇଁ ପାରିଷଦ ମା
DHAMNAGAR NAC OFFICE PHOTO


ଭଦ୍ରକ, ୯ ଜୁନ୍ (ହି.ସ.) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳ ପରିଷଦରେ ହେଉନାହିଁ ପାରିଷଦ ବୈଠକ। ପାରିଷଦଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ। ସୂଚନା ମୁତାବକ ଏହି ବିଜ୍ଞାପିତ ଅଂଚଳ ପରିଷଦରେ ଅଷ୍ଟମ ଅଧିବେଶନ ଯାହାକି ମାର୍ଚ୍ଚ ୧୮ ତାରିଖରେ ଅନୁଷ୍ଠିତ ହୋଇଥିଲା। ନବମ ଅଧିବେଶନ କରିବା ପାଇଁ ପାରିଷଦ ମାନେ ଅଧ୍ୟକ୍ଷାଙ୍କ ପାଖରେ ବାରମ୍ବାର ଦାବି କରିବା ପରେ ମଧ୍ୟ ଅଧ୍ୟକ୍ଷା ତାହା କରିନଥିଲେ। ବୈଠକ ନହେବାରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଠି ହେଉଛି। ଓଡ଼ିଶା ମ୍ୟୁନିସପାଲିଟି ଆଇନ ୧୯୫୦ ର ଧାରା ୨୪(୬୩) ଓ ଓଡ଼ିଶା ମ୍ୟୁନିସପାଲିଟି ନିୟମ ୧୯୫୩ ଧାରା ୩ ଅନୁସାରେ ପ୍ରତ୍ୟେକ ମାସରେ ପରିଷଦର ବୈଠକ ଅନୁଷ୍ଠିତ ହେବାର ବିଧି ବ୍ୟବସ୍ଥା ରହିଛି। ହେଲେ ଅଧ୍ୟକ୍ଷା ଏହି ସବୁ ଆଇନକୁ ଉଲଂଘନ କରୁଛନ୍ତି। ଅଧ୍ୟକ୍ଷା କୌଣସି କାର୍ଯ୍ୟ ନ କରାଇ ଦେବାକୁ ସୂଚାଇ ପାରିଷଦ ମାନେ ଅଧ୍ୟକ୍ଷାଙ୍କୁ ୦୨।୧୨।୨୪ ରିଖ ପାରିଷଦ ଅଧିବେଶନ ଅନୁଷ୍ଠିତ କରାଇବାକୁ ଅନୁରୋଧ କରିଥିଲେ କିନ୍ତୁ ଅଧ୍ୟକ୍ଷା ତାହାକୁ ମଧ୍ୟ ଉକ୍ଷେପ ନକରିବାରୁ ପାରିଷଦ ମାନେ ୨୩।୧୨। ୨୪ରିଖରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ଗତ ୫ ମାସ ମଧ୍ୟରେ ପାରିଷଦ ଅଧିବେଶନ ନ କରାଗଲେ ଆଗାମି ଦିନରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ପାରିଷଦ ମାନେ ଚେତାବନୀ ଦେଇଥିଲେ। ଏନେଇ ପରବର୍ତୀ ଅବସ୍ଥାରେ ଜିଲ୍ଲା ପ୍ରଶାସନ ଏହି ବିଷୟକୁ ଗଭିରତା ସହ ନେଇ ଚିଠି ନମ୍ବର ୫୨୮। ୩୧।୧୨। ୨୪ରେ ଅଧ୍ୟକ୍ଷାଙ୍କୁ ଅଧିବେଶନ ଡାକିବାକୁ ନିର୍ଦେଶ ଦେବା ପରେ ଅଧ୍ୟକ୍ଷା ବାଧ୍ୟ ହୋଇ ୧୦।୦୧। ୨୫ରେ ସମସ୍ତ ପାରିସଦଙ୍କ ଉପସ୍ଥିତିରେ ନବମ ଅଧିବେଶନ ଡକାଇ ଏନଏସିର ଉନ୍ନତି ମୂଳକ କାର୍ଯ୍ୟ ଓ ପୂର୍ବ ବୈଠକରେ ପ୍ରସ୍ତାବକୁ ଶିକୃତି ପ୍ରଦାନ କରିଥିଲେ। ଏହାରି ଭିତରେ ପୁଣି ୬ ମାସ ବିତି ଯାଇଥିଲେବି ଅଧ୍ୟକ୍ଷା ଆଉ ଅଧିବେଶନ ଡାକୁ ନାହାନ୍ତି କି ନବମ ଅଧିବେଶନକୁ ସିକୃତି ଦେଉନାହାନ୍ତି। ସେଥିଲାଗି ଧାମନଗର ଏନଏସିରେ ବର୍ତମାନ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନାହିଁ। ଆଗକୁ ବର୍ଷା ଦିନ ଥିବାରୁ ଧାମନଗର ଏନଏସିର ଦୁର୍ଦ୍ଦଶା ବଢ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି। ପାରିଷଦ ମାନେ ଏହିବିଷୟରେ ନିର୍ବାହୀ ଅଧିକାରୀଙ୍କୁ ୨୧।୦୧। ୨୫ ରୁ ୫।୦୨। ୨୫ରିଖରେ ନବମ ଅଧିବେଶନର ନକଲ ମାଗିଥିଲେ ମଧ୍ୟ ଅଧ୍ୟକ୍ଷା ଅଧିବେଶନର ଚିଠି ଦେଉନାହାଁନ୍ତି । ଏହି ସମସ୍ତ କାର୍ଯ୍ୟକଳାପ ଯୋଗୁଁ ଧାମନଗର ସହରାଂଚଳର ଉନ୍ନତୀରେ ବାଧା ସୃଷ୍ଟି ହେବା ସହ ଜନସାଧାରଣଙ୍କର କ୍ଷତି ଉପୁଯୁଛି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande